ଦୃଷ୍ଟି ଶକ୍ତି କମ୍ ହେବା ପଛର କାରଣ

ଦୃଷ୍ଟି ଶକ୍ତି କମ୍ ହେବା ପଛର କାରଣ

ଦୃଷ୍ଟି ଶକ୍ତି କମ୍ ହେବା ପଛର କାରଣ
ଅଧିକ ପରିମାଣରେ ନିଶାସେବନ କଲେ, କୌଣସି ଏକ ମାନସିକ ଚାପରେ ରହି ନିଦ ଠିକ୍ ଭାବେ ନ ହେବା କାରଣରୁ ଏହାର ପ୍ରଥମ ପ୍ରଭାବ ଆମ ଚକ୍ଷୁ ଉପରେ ହିଁ ପଡ଼ିଥାଏ । ଆଖିରେ କଳା ଦାଗ ଦେଖାଯିବା ସହ ଲାଲ ମଧ୍ୟ ରହେ । ଏସବୁରୁ ବର୍ତ୍ତିବାକୁ ଚାହୁଁଥିଲେ ନିଜ ଜୀବନ ଶୈଳୀ ପରିବର୍ତ୍ତନ କଲେ ହିଁ ଲାଭ ମିଳେ । ଖାଦ୍ୟପାନୀୟ ଠିକ୍ ରଖିବା ସହ ଗାଜର, ବିଟ୍ ଇତ୍ୟାଦି ପରିବାର ନିୟମିତ ସାଲାଡ ଭାବେ ଖାଇବା ହିତକାରୀ । ଗାଜର ରସ ପ୍ରତ୍ୟହ ସକାଳବେଳା ଜଳଖିଆରେ ପିଇଲେ ଆଖିର ବିଭିନ୍ନ ସମସ୍ୟା ଶୀଘ୍ର ଦୂର ହୋଇଥାଏ । ମାଦକ ଦ୍ରବ୍ୟ ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ଚେଷ୍ଟା କରିବା ସହ ନିୟମିତ ୭-୮ ଘଣ୍ଟା ଶୋଇବାର ଅଭ୍ୟାସ କରନ୍ତୁ । ବିଶେଷଜ୍ଞଙ୍କ ପରାମର୍ଶ ନେଇ ଖାଦ୍ୟପାନୀୟରେ ପରିବର୍ତ୍ତନ କଲେ ତାହା ସ୍ୱାସ୍ଥ୍ୟ ଉପରେ ଅଧିକ ଉତ୍ତମ ପ୍ରଭାବ ପକାଇଥାଏ ।