ଫାଇଜର ଟିକା ବି୍ରଟେନରେ ପାସ୍‍

ଫାଇଜର ଟିକା ବି୍ରଟେନରେ ପାସ୍‍

ଫାଇଜର ଟିକା ବି୍ରଟେନରେ ପାସ୍‍
ଲଣ୍ଡନ: ଅଗ୍ରଣୀ ଔଷଧ ନିର୍ମାତା ଫାଇଜର ଏବଂ ବାୟୋଏନଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ବି୍ରଟେନର ମଞ୍ଜୁରି ମିଳିଛି । ପ୍ରଥମ ରାଷ୍ଟ୍ର ଭାବେ ବି୍ରଟେନ ଫାଇଜର ଟିକାକୁ ବ୍ୟବହାର ପାଇଁ ଅନୁମୋଦନ ଦେଇଥିବାରୁ ଏବେ ସେଠାରେ ଲୋକଙ୍କୁ ଦିଆଯାଇ ପାରିବ । ଆସନ୍ତା ସପ୍ତାହରେ ହିଁ ଟିକାକରଣ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଆମେରିକୀୟ ଔଷଧ ନିର୍ମାତା ଫାଇଜର ନିଜ କରୋନା ଟିକାର ପରୀକ୍ଷା ବି୍ରଟେନରେ ଜୋରଦାରଚାଲିଥିଲା । ପରୀକ୍ଷାରେ ଏହା ପ୍ରଭାବୀ ଓ ସୁରକ୍ଷିତ ପ୍ରମାଣିତ ହୋଇଥିଲା । ନିକଟରେ ଏହାକୁ ଅନୁମୋଦନ ଦେବା ପାଇଁ ବି୍ରଟେନର ମେଡିସିନ୍ସ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟୋରି ଏଜେନ୍ସି (ଏମଏଚଆରଏ) ସୁପାରିସ କରିଥିଲା । ବି୍ରଟିଶ ସରକାର ଏହାକୁ ଗ୍ରହଣ କରି ନେଇଛନ୍ତି । ଆସନ୍ତା ସପ୍ତାହରେ ଟିକାଟି ସାରା ଦେଶରେ ଉପଲବ୍ଧ ହେବ ଏବଂ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ବି୍ରଟେନର ସ୍ୱାସ୍ଥ୍ୟ ସଚିବ ମ୍ୟାଟ୍‍ ହ୍ୟାଙ୍କକ କହିଛନ୍ତି । ହ୍ୟାଙ୍କକ କହିଛନ୍ତି, ଏହା ଏକ ଭଲ ଖବର ଫାଇଜର ଟିକାକୁ ବି୍ରଟେନରେ ପ୍ରଥମେ ମଞ୍ଜୁରି ମିଳିଛି । ଟିକାଟି ପ୍ରଭାବୀ ଓ ସୁରକ୍ଷିତ ପ୍ରମାଣିତ ହୋଇଥିବାରୁ ବି୍ରଟେନସବାସୀ ଏହାର ଫାଇଦା ଉଠାଇବେ ।