ଭଲିବଲ ଖେଳରୁ ଗୋଷ୍ଠୀ ସଂଘର୍ଷ, ୫ ଗିରଫ

ଭଲିବଲ ଖେଳରୁ ଗୋଷ୍ଠୀ ସଂଘର୍ଷ, ୫ ଗିରଫ

ଭଲିବଲ ଖେଳରୁ ଗୋଷ୍ଠୀ ସଂଘର୍ଷ, ୫ ଗିରଫ
ଭୁବନେଶ୍ୱର: ଭଲିବଲ ଖେଳ ସମୟରେ ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ହୋଇଥିଲା କଥା କଟାକଟି । ତା’ପରେ ରକ୍ତାକ୍ତ ହୋଇଥିଲେ ଦୁଇ ଗୋଷ୍ଠୀ । ଏମିତି ଅଭାବନୀୟ ଘଟଣା ଘଟିଛି ଖଣ୍ଡଗିରି ଥାନା ଅଞ୍ଚଳରେ । ଏହି ଘଟଣାରେ ପୁଲିସ ୨ ଗୋଷ୍ଠୀର ୫ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ଡୁମଡୁମା ସତ୍ୟନଗରର ସୀମାଞ୍ଚଳ ଦାସ (୨୮), କୈଳାଶ ଦାସ (୨୫) ଏବଂ ଗୌରାଙ୍ଗ ଦାସ (୪୫) । ଏମାନେ ଗୋଟିଏ ଗୋଷ୍ଠୀର ହୋଇଥିବା ବେଳେ ସୁକାନ୍ତ ଦାସ (୩୧) ଏବଂ କୃଷ୍ଣଦାସ (୩୨) ଅନ୍ୟଗୋଷ୍ଠୀର । ସୂଚନା ମୁତାବକ ମଙ୍ଗଳବାର ସନ୍ଧ୍ୟାରେ ଡୁମୁଡୁମା ରଘୁନାଥ ନଗର ଭଲିବଲ ପଡ଼ିଆରେ ଖେଳ ଚାଲିଥିବା ବେଳେ ସାମାନ୍ୟ ବଚସାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଗୌରାଙ୍ଗ ଏକ ଛୁରି ନେଇ କୃଷ୍ଣଙ୍କୁ ଆକ୍ରମଣ କରିଥିଲେ । ଫଳରେ କୃଷ୍ଣ ଆହତ ହୋଇଥିଲେ । ଏ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ବୁଧବାର ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।