ସ୍କୁଲ କ୍ୟାମ୍ପରେ ମୋବାଇଲ ମନା : ମାନୁନାହାନ୍ତି ଶିକ୍ଷକ, ପୁଣି ତାଗିଦ

ସ୍କୁଲ କ୍ୟାମ୍ପରେ ମୋବାଇଲ ମନା : ମାନୁନାହାନ୍ତି ଶିକ୍ଷକ, ପୁଣି ତାଗିଦ

ସ୍କୁଲ କ୍ୟାମ୍ପରେ ମୋବାଇଲ ମନା : ମାନୁନାହାନ୍ତି ଶିକ୍ଷକ, ପୁଣି ତାଗିଦ
ଭୁବନେଶ୍ୱର : କ୍ଲାସ ସମୟରେ ସ୍କୁଲ କ୍ୟାମ୍ପସରେ ମୋବାଇଲ ବାରଣ ହୋଇଥିଲା । ୨୦୧୮ ଫେବୃୟାରୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ମୋବାଇଲ ବ୍ୟବହାର ଉପରେ କଟକଣା ଜାରି କରାଯାଇଥିଲା । ତଥାପି କେହି ଶୁଣୁନାହାନ୍ତି । ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀମାନେ ବିନା ବାଧାରେ ମୋବାଇଲ ବ୍ୟବହାର କରୁଛନ୍ତି । ଏପରିକି କ୍ଲାସ ଚାଲିଥିବା ସମୟରେ ଶିକ୍ଷକଙ୍କ ମୋବାଇଲ ବାଜୁଛି । କେତେକ କ୍ୟାମ୍ପସରେ ଛାତ୍ରଛାତ୍ରୀ ବି ମୋବାଇଲରେ କଥା ହେଉଛନ୍ତି । ଏ ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଚଳିତ ଶିକ୍ଷା ବର୍ଷ ଆରମ୍ଭରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଭାଗ । ପୂର୍ବରୁ ଜାରି ହୋଇଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତ ବିଦ୍ୟାୟର ମୁଖ୍ୟମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ ପାଠପଢ଼ା ସମୟରେ ମୋବାଇଲ ଦ୍ୱାରା ଛାତ୍ରଛାତ୍ରୀମାନେ ମାନସିକ ସ୍ଥିରତା ବାଧାପ୍ରାପ୍ତ ହେଉଛି । କେତେକ ସ୍ଥାନରେ ଛାତ୍ରଛାତ୍ରୀ ଅଶ୍ଳୀଳ ଫଟୋ ମଧ୍ୟ ଭାଇରାଲ ହେଉଛି । କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି ହେବା ବଦଳରେ ଛାତ୍ରୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳୁଛି । ଶୌଚାଳୟ ସମୟରେ ଛାତ୍ରୀମାନଙ୍କୁ ଦୁଇଥର ଚିନ୍ତା କରିବାକୁ ପଡୁଛି । ତେଣୁ ଶିକ୍ଷାନୁଷ୍ଠାନରେ ମୋବାଇଲ ବ୍ୟବହାର ଉପରେ ରୋକ୍ ଲଗାଇବାର ଆବଶ୍ୟକତା ରହିଛି । ପାଠ ପଢ଼ା ସମୟରେ କ୍ୟାମ୍ପସ ଭିତରେ କର୍ମଚାରୀ ଓ ଛାତ୍ରଛାତ୍ରୀ ମୋବାଇଲ ବ୍ୟବହାର ନ କରିବାକୁ ବିଦ୍ୟାଳୟ ପ୍ରଧାନଶିକ୍ଷକ/ଅଧ୍ୟକ୍ଷ ମାନେ ନିଦେ୍ର୍ଧଶ ଦେବେ । ଯଦି କେହି ମୋବାଇଲ ନେଇ ସ୍କୁଲକୁ ଆସନ୍ତି ତେବେ କର୍ମଚାରୀମାନେ କ୍ୟାମ୍ପସରେ ଥିବା ସମୟରେ ତାହାକୁ ସାଇଲେଣ୍ଟ ମୋଡରେ ରଖିବେ । ସପ୍ତାହର ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପୂର୍ବାହ୍ନ ୧୦ଟା ୩୦ ରୁ ୧୨ଟା ୩୦ ପର୍ଯ୍ୟନ୍ତ ବିଦ୍ୟାଳୟର ନିୟମିତ କାର୍ଯ୍ୟ ସମୟରେ କ୍ୟାମ୍ପସ ପରିସରରେ ଶିକ୍ଷକ କିମ୍ବା କୌଣସି ବ୍ୟକ୍ତିବିଶେଷ ମୋବାଇଲ ଫୋନ୍ ବ୍ୟବହାର କରିପାରିବେ ନାହିଁ । ଯଦି ସେଭଳି ହେଉଥିବା ନଜରକୁ ଆସେ ତେବେ ପ୍ରଧାନଶିକ୍ଷକ ପ୍ରଥମେ ତାଗିଦ କରିବେ । ନ ଶୁଣିଲେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସ୍ପଷ୍ଟ ଭାବେ କୁହାଯାଇଛି । ସୂଚନା ଯୋଗ୍ୟ ଯେ ୨୦୧୮ ରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟାନୁଷ୍ଠାନ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିଲା । ବିଦ୍ୟାଳୟ ୟୁନିଫର୍ମ ପିନ୍ଧିଥିବା ଦୁଇଜଣ ଛାତ୍ର ଓ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ପ୍ରାଥମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ସମସ୍ତ ଶିକ୍ଷା ଅଧିକାରୀମାନଙ୍କୁ ଚିଠି ଲେଖାଯାଇଥିଲା । ଶିକ୍ଷକମାନେ ମଧ୍ୟ ମୋବାଇଲ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିବା ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ ଆସିଥିଲା ।