୫ ରୁ ଶ୍ରୀମନ୍ଦିର ମରାମତି : ନୀଳାଦ୍ରି ବିଜେ ପୂର୍ବରୁ କାମ ସରିବ
୫ ରୁ ଶ୍ରୀମନ୍ଦିର ମରାମତି : ନୀଳାଦ୍ରି ବିଜେ ପୂର୍ବରୁ କାମ ସରିବ
admin
Jun 13, 2019 - 07:01
Updated: Jun 13, 2019 - 07:01
ଭୁବନେଶ୍ୱର : ଶ୍ରୀମନ୍ଦିର ଭିତରେ ବିଭିନ୍ନ ମରାମତି କାର୍ଯ୍ୟର ଆବଶ୍ୟକତା ରହିଛି । ମହାପ୍ରଭୁ ରଥଯାତ୍ରାରେ ଶ୍ରୀମନ୍ଦିରରୁ ବାହାରିଲା ପରେ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଏଏସଆଇ ଓ ପୂର୍ତ୍ତ ବିଭାଗକୁ ସେହି ଅନୁଯାୟୀ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୫ ରୁ କାମ ଆରମ୍ଭ ହୋଇ ୧୪ରେ ସରିବା ଆଜି ଏ ଏସଆଇ ଓ ପୂର୍ତ୍ତ ବିଭାଗ ଶ୍ରୀମନ୍ଦିର ପ୍ରଶାସନର ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନିଷ୍ପତ୍ତି ଅନୁଯାୟୀ ୪ ତାରିଖରେ ଶ୍ରୀଜୀଉ ରଥାରୁଢ଼ ହେଲା ପରେ ମରାମତି ପ୍ରକ୍ରିୟା ଆରମ୍ଭ ହେବା ୫ ଓ ୬ ତାରିଖରେ ଏଏସଆଇର ବିଶେଷଜ୍ଞ, ଅଧିକାରୀ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଟିମ ମନ୍ଦିର ଭିତରେ ଯାଞ୍ଚ କରିବା ସମସ୍ତେ ଧୋତି ପିନ୍ଧି ମନ୍ଦିରରେ ପ୍ରବେଶ କରିବେ । ନୀଳଚକ୍ରରେ ଥିବା ମରାମତି କାର୍ଯ୍ୟ ସହ ନାଟ୍ୟମଣ୍ଡପ, ଜଗମୋହନ, ଗର୍ଭଗୃହ, ରୋଷଘର ଆଦି ତନ ତନ କରି ଯାଞ୍ଚ ହେବ । ଯେଉଁଠି ମରାମତି ଆବଶ୍ୟକ ଥିବ ତାହାର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯିବ । ୭ ତାରିଖରେ ହିଁ କାମ ଆରମ୍ଭ ହେବା ମରାମତି କାର୍ଯ୍ୟ ସହ ବିଦ୍ୟୁତ ଭିତ୍ତିଭୂମିର ମରାମତି କାର୍ଯ୍ୟ ମଧ୍ୟ କରାଯିବ । ୧୪ ତାରିଖ ସୁଦ୍ଧ ସମସ୍ତ କାର୍ଯ୍ୟ ଶେଷ ହେବ । ୧୫ ତାରିଖ ନୀଳାଦ୍ରି ବିଜେ ପୂର୍ବରୁ ଏଏସଆଇ ସମସ୍ତ କାର୍ଯ୍ୟ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବା ସେହିପରି ଫନି ପ୍ରଭାବରେ ଭାଙ୍ଗି ଯାଇଥିବା ଜୟବିଜୟ ମୂର୍ତ୍ତିଙ୍କୁ ଜୁଲାଇ ୧୬ ତାରିଖରେ ଏଏସ୍ଆଇ ସ୍ଥାପନ କରିବେ ବୋଲି ସ୍ଥିର ହୋଇଛି ।
ଯେହେତୁ ତାରିଖ ଯଥେଷ୍ଟ ପୂର୍ବରୁ ନିର୍ଦ୍ଧାରିତ ହୋଇଛି, ତେଣୁ ସେହି ଅନୁଯାୟୀ ଆବଶ୍ୟକ ସାମଗ୍ରୀ ଓ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଆଜିର ବୈଠକରେ ଏଏସ୍ଆଇ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।