ଧର୍ମପାଲ ଗୁଲାଟୀଙ୍କ ପରଲୋକରେ ନବୀନଙ୍କ ଶୋକ

ଧର୍ମପାଲ ଗୁଲାଟୀଙ୍କ ପରଲୋକରେ ନବୀନଙ୍କ ଶୋକ

ଧର୍ମପାଲ ଗୁଲାଟୀଙ୍କ ପରଲୋକରେ ନବୀନଙ୍କ ଶୋକ
ନୂଆଦିଲ୍ଲୀ : ପ୍ରସିଦ୍ଧ ମସଲା କମ୍ପାନି ଏମ୍‌ଡିଏଚ୍ର ମାଲିକ ଧରମପାଲ ଗୁଲାଟିଙ୍କର ପରଲୋକ ହୋଇଛି । ଧର୍ମପାଲଙ୍କ ବିୟୋଗରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଇଣ୍ଟରନେଟରେ ଏମଡିଏଚ ଚାଚା ଭାବରେ ପ୍ରସିଦ୍ଧ ପଦ୍ମଶ୍ରୀ ଧର୍ମପାଲ ଭାରତୀୟ ଏଣ୍ଟ୍ରପ୍ରେନୁଅର ଦୁନିଆର ସଫଳତାର ଜ୍ୱଳନ୍ତ ଉଦାହରଣ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ କରିଛନ୍ତି । ଏଣ୍ଟପ୍ରେନୁଅର ଦୁନିଆର ଅନ୍ୟତମ ଶ୍ରେଷ୍ଠ ବ୍ରାଣ୍ଡ ଏମଡିଏଚକୁ ଏହି ସ୍ତରରେ ପହଞ୍ଚାଇବାରେ ଧର୍ମପାଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ ନିଜର ସମାଜସେବା ପାଇଁ ଧର୍ମପାଲ ସଦା ସର୍ବଦା ମନେ ରହିବେ ଓମ ଶାନ୍ତି ବୋଲି ନବୀନ ଟ୍ୱିଟ କରିଛନ୍ତି । ଏହା ସହିତ ଧର୍ମପାଲଙ୍କ ସହିତ ନିଜର ଏକ ଫଟୋ ଟ୍ୱିଟ କରିଥିଲେ ଧର୍ମପାଲ । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ମସଲା ଦୁନିଆର ରାଜା କୁହାଯାଉଥିବା ଧରମପାଲ ଗୁଲାଟି ଦିଲ୍ଲୀର ମାତା ଚାନାନ ଦେବୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ବେଶ୍ କିଛିଦିନ ହେବ ଚିକିତ୍ସିତ ହେଉଥିଲେ। ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିବା ଜାଣିବାକୁ ମିଳିଛି। ୧୯୨୩ ମସିହାରେ ପାକିସ୍ତାନର ସିଆଲକୋଟରେ ଜନ୍ମଗ୍ରହଣ କରିଥିବା ଧରମପାଲ୍‌ଙ୍କୁ ଲୋକେ 'ଦାଦାଜୀ' ଓ 'ମହାଶୟଜୀ' ନାମରେ ମଧ୍ୟ ଜାଣନ୍ତି। ଦେଶ ବିଭାଜନ ପରେ ସେ ଦିଲ୍ଲୀର କରୋଲବାଗରେ ଆସି ମସଲା ବ୍ୟବସାୟ ଚଳାଇଥିଲେ। ପରବର୍ତ୍ତୀ ସମୟରେ ଧରମପାଲ୍ ଭାରତର ଅନ୍ୟତମ ମସଲା ଉତ୍ପାଦନକାରୀ ଏମ୍‌ଡିଏଚ୍ର ନିର୍ମାଣ କରିଥିଲେ । ଘରେ ଘରେ ପରିଚିତ ପାଲଟିଥିବା ଏହି ମସଲା କମ୍ପାନିର ମାଲିକ ଧରମପାଲ ଗୁଲାଟି ତାଙ୍କର ସଫଳତା ପାଇଁ ୨୦୧୯ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ।