ବୋର୍ଡ ପକ୍ଷରୁ ନୂଆ ବ୍ୟବସ୍ଥା: ୟୁଟୁ୍ୟବରେ ପଢ଼ିବେ ଦଶମ ଛାତ୍ରଛାତ୍ରୀ

ବୋର୍ଡ ପକ୍ଷରୁ ନୂଆ ବ୍ୟବସ୍ଥା: ୟୁଟୁ୍ୟବରେ ପଢ଼ିବେ ଦଶମ ଛାତ୍ରଛାତ୍ରୀ

ବୋର୍ଡ ପକ୍ଷରୁ ନୂଆ ବ୍ୟବସ୍ଥା: ୟୁଟୁ୍ୟବରେ ପଢ଼ିବେ ଦଶମ ଛାତ୍ରଛାତ୍ରୀ
କଟକ: ୟୁଟୁ୍ୟବରେ ଭିଡିଓ ଦେଖି ପାଠ ପଢ଼ିବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ । ମାଟି୍ରକ ପରୀକ୍ଷା ନେଇ ଏବେ ବି ସ୍ଥିତି ସ୍ପଷ୍ଟ ହୋଇନଥିବା ବେଳେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଏଭଳି ଏକ ନୂଆ ବ୍ୟବସ୍ଥା କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଇଂରାଜୀ ଓ ସାଧାରଣ ବିଜ୍ଞାନର ପାଠ୍ୟକ୍ରମକୁ ଭିଡିଓ କରାଯାଇ ୟୁଟୁ୍ୟବ ଅପଲୋଡ କରାଯିବ । ୟୁଟୁ୍ୟବରେ ଭିଡିଓ ଦେଖିବା ପାଇଁ ବୋର୍ଡର ୱେବସାଇଟରେ ଏକ ଲିଙ୍କ ଦିଆଯିବ ବୋଲି ବୋର୍ଡ ଉପସଭାପତି ତଥା ପରୀକ୍ଷା ନିୟନ୍ତ୍ରକ ଡ.ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । କରୋନା କଟକଣା ପାଇଁ ଗଲା ମାର୍ଚ୍ଚରୁ ସ୍କୁଲ ବନ୍ଦ ରହିଛି । ଅନଲାଇନରେ ଶିକ୍ଷାଦାନ କରାଯାଉଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେଉନାହିଁ । ଏଣେ ପରୀକ୍ଷା ଧାର୍ଯ୍ୟ ସମୟ ଠାରୁ ବିଳମ୍ବ ହେଉଛି । ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଭିଡିଓ ମାଧ୍ୟମରେ ଶିକ୍ଷାଦାନ ପାଇଁ ନୂତନ ପଦକ୍ଷେପ ନିଆଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଇଂରାଜୀ ଓ ସାଧାରଣ ବିଜ୍ଞାନର ଶିକ୍ଷାଦାନ ବିଶିଷ୍ଟ ଶିକ୍ଷାବିତଙ୍କ ଦ୍ୱାରା କରାଯାଇଛି । ଏହାର ଅଡିଓ ତିଆରି କରାଯାଇଛି । କିଛି ଦିନ ଭିତରେ ଭିଡିଓ ୟୁଟୁ୍ୟବରେ ଅପଲୋଡ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।