ମାଗଣାରେ କେଶ ଝଡ଼ାରୁ ପାଆନ୍ତୁ ମୁକ୍ତି, ଘରେ କରନ୍ତୁ ଏହି କାମ

ମାଗଣାରେ କେଶ ଝଡ଼ାରୁ ପାଆନ୍ତୁ ମୁକ୍ତି, ଘରେ କରନ୍ତୁ ଏହି କାମ

ମାଗଣାରେ କେଶ ଝଡ଼ାରୁ ପାଆନ୍ତୁ ମୁକ୍ତି, ଘରେ କରନ୍ତୁ ଏହି କାମ
କେଶ ଝଡ଼ାରୁ ରକ୍ଷା ପାଇବାକୁ ହେଲେ ଘରୋଥ ଉପଚାର କରନ୍ତୁ । କାରଣ କେମିକାଲ ଟି୍ରଟମେଣ୍ଟ କଲେ କେଶ ଦୁର୍ବଳ ହେବା ସହ ଘନତ୍ୱ କମେ । ନିମ୍ବ ପତ୍ର ୧୦-୧୫ଟି ନେଇ ଗରମ ପାଣିରେ ୫ ମିନିଟ ଭଲରେ ଫୁଟାଇବେ । ଏବେ ସେହି ପାଣିକୁ ଥଣ୍ଡା କରି ତୁଳାରେ ନେଇ କେଶ ମୂଳରେ ଲଗାନ୍ତୁ । ଶୁଖିବା ପରେ ଧୋଇବେ, ନିୟମିତ ଏପରି କଲେ କେଶରୁ ରୁପି ସମସ୍ୟା ଦୂର ହୁଏ । କେଶ ଅଧିକ ରୁକ୍ଷ ହୋଇଯାଇଥିଲେ, ଚା’ଫୁଟା ପାଣିରେ ଲେମ୍ବୁ ରସ ମିଶାଇ ପୂରା କେଶରେ ଲଗାନ୍ତୁ । ୨୦ ମିନିଟ ପରେ କେଶକୁ ଥଣ୍ଡା ପାଣିରେ ଧୋଇନେବେ । କେଶ ଚମକ ବଢ଼ାଇବା ପାଇଁ ଏହି ଉପାୟ ସପ୍ତାହକୁ ୨ ଥର କଲେ ଲାଭ ମିଳେ । ଦହି ୨ ଚାମଚରେ ମେଥି ଗୁଣ୍ଡ ୧ ଚାମଚ ମିଶାଇ କେଶରେ ପ୍ୟାକ ଭଳି ଲଗାଇବେ । ୩୦ ମିନିଟ ପରେ କେଶକୁ ଭଲରେ ଶାମ୍ପୁ କରିବେ । କେଶ ଝଡ଼ା ସହ ଚନ୍ଦାପଣକୁ ରୋକିବାରେ ଏହି ପ୍ୟାକ କାମ କରେ ।