ଆଖୁ

ଆଖୁ

ଆଖୁ
ଆଖୁର ଜନ୍ମ ପ୍ରାୟ ୧୦,୫୦୦ ବର୍ଷର ପୁରୁଣା ନିଉ ଗୁଏନାରେ ପ୍ରଥମେ ଏହି ଲମ୍ବା ଜାତୀୟ ଘାସକୁ ଚିହ୍ନଟ କରାଯାଇଥିଲା । ଖ୍ରୀଷ୍ଟପୂର୍ବ ୪୦୦ ବେଳକୁ ଦକ୍ଷିଣ ପୂର୍ବ ଏସିଆ ବାଟେ ଆଖୁ ପହଞ୍ଚିଥିଲା ଭାରତରେ । ପଞ୍ଚମ ଶତାବ୍ଦୀରେ ଜଣେ ଭାରତୀୟ ରସାୟନବିତ ଆଖରୁ ମିଠା ରସ ପାଇବାର କୌଶଳ ବାହାର କରିଥିଲେ । ଭାରତରେ ହିଁ ପ୍ରଥମ ଆଖୁରୁ ଚିନି ଉପôାଦନ ଆରମ୍ଭ ହୋଇଥିଲା । କ୍ରମେ ଆମେରିକା ଓ ଅଷ୍ଟ୍ରେଲିଆରେ ଏହା ପ୍ରସାର ହେବା ସହିତ ଉପôାଦନ ବଢ଼ିଥିଲା । ଏବେ ପ୍ରାୟ ନବେଟି ଦେଶରେ ଆଖୁ ଚାଷ ହେଉଛି ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ବିଶ୍ୱବ୍ୟାପୀ ଆଖୁର ବ୍ୟବସାୟିକ ଉପôାଦନ ପରିମାଣ ରହିଛି ୧.୯୦ ବିଲିୟନ ଟନ୍ । ଆଖୁ ଉପôାଦନରେ ବ୍ରାଜିଲ ଏବେ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ହୋଇଥିବା ବେଳେ ଭାରତର ସ୍ଥାନ ଦ୍ୱିତୀୟ ଏବଂ ଏସିଆରେ ପ୍ରଥମେ । ଖଣ୍ଡେ ଆଖୁ ସର୍ବାଧିକ ଦୂରରୁ ଛଅ ମିଟର ପର୍ଯ୍ୟନ୍ତ ବଢ଼ିପାରେ । ଭିନ୍ନ ଭିନ୍ନ ଜଳବାୟୁରେ ଆଖୁ ପୂରା ପାକଳ ହେବାକୁ ନଅରୁ ଚବିଶ ମାସ ବା ଦୁଇ ବର୍ଷ ସମୟ ଲାଗେ । ଖଣ୍ଡେ ଆଖିରୁ ତିନି ଭାଗ କେବଳ ଜଳ ଥାଏ । ବାକି ଅଂଶ ଶର୍କରା ଓ ତନ୍ତୁର ମିଶ୍ର । ଲୌହସାର, କାଲସିୟମ ଓ ପଟାସିୟମ ଭଳି ଗୁଣକାରୀ ଉପପାଦାନରେ ଆଖୁ ରସ ସମୃଦ୍ଧ ଏବଂ ନିୟମିତ ଆଖୁ ରସ ପିଇଲେ ହୃଦରୋଗ ଆଶଙ୍କା କମି ଥାଏ । ପଶ୍ଚିମବଙ୍ଗ ଅନ୍ତର୍ଗତ ଜଳପାଇଗୁଡ଼ିର ଜଣେ ଚାଷୀ ନିଜ କ୍ଷେତରେ ୨୦୧୭ ମସିହାରେ ଚାଳିଶ ଫୁଟ ଉଚ୍ଚତାର ଆଖୁ ବଢ଼ାଇଥିଲେ । ସବୁଠାରୁ ଲମ୍ବା ଆଖୁ ଗଛ ଭାବେ ତାହା ଗିନିଜ ବୁକ୍ ଅଫ୍ ୱାଲର୍ଡ ରେକର୍ଡରେ ସ୍ଥାନିତ ହୋଇଥିଲା ।