ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଗୋବିନ୍ଦ ଚୌଧୁରୀଙ୍କୁ କରୋନା

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଗୋବିନ୍ଦ ଚୌଧୁରୀଙ୍କୁ କରୋନା

ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଗୋବିନ୍ଦ ଚୌଧୁରୀଙ୍କୁ କରୋନା
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବିରୋଧୀ ଦଳ ନେତା ରାମ ଗୋବିନ୍ଦ ଚୌଧୁରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଭାବେ ପରିଚିତ । ସେ ନିକଟରେ ସରକାରୀ କାର୍ଯ୍ୟରେ ବାଲିୟା ଗସ୍ତ କରିଥିଲେ । ଏହିଠାରୁ ସେ କରୋନା ସଂକ୍ରମିତ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି । ସୋମବାରଠାରୁ ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଇଥିଲା । ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ସହ ତାଙ୍କ ଶରୀରର ତାପମାତ୍ରା ବୃଦ୍ଧି ଘଟିଥିଲା । ଏଣୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ଏସଜିପିଜିଆଇଏମଏସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର କରୋନା ପରୀକ୍ଷଣ କରାଯାଇଥିଲା । ସେ କରୋନା ପଜିଟିଭ ଥିବା ବୁଧବାର ଜଣାପଡ଼ିଥିଲା । ତାଙ୍କ ପରିବାର ଲୋକଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଇଛି ।