୩ ଦିନ ଜ୍ୱର ରହିଲେ କରୋନା ଲକ୍ଷଣ କି, ଜାଣନ୍ତୁ
୩ ଦିନ ଜ୍ୱର ରହିଲେ କରୋନା ଲକ୍ଷଣ କି, ଜାଣନ୍ତୁ
admin
May 6, 2021 - 05:18
Updated: May 6, 2021 - 05:18
ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ଭାଇରସ ସହ ଲଢ଼ିବା ପାଇଁ ସାରା ବିଶ୍ୱରେ ଭାକସିନ ପ୍ରସ୍ତୁତ କରିବାରେ ଲାଗିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସଫଳତା ମିଳିପାରି ନାହିଁ । ଏହା କୋଭିଡ -୧୯କୁ ନେଇ ବିଭିନ୍ନ ରିସର୍ଚ ଜାରି ରହିଛି । ଏବେ କୋଭିଡରୁ ବଞ୍ଚôବା ପାଇଁ ବିଶେଷ ରୂପେ ଧ୍ୟାନ ଦିଆଯାଉଛି । ତେବେ ୩ ଦିନ ପର୍ଯ୍ୟନ୍ତ ଯଦି ଜ୍ୱର ହେଉଛି ତେବେ ତାହା କରୋନା ଲକ୍ଷଣ କି ନାହିଁ ସେ ବିଷୟରେ ଜାଣିବା ।
ଦକ୍ଷିଣ କାଲିଫୋନିଆ ବିଶ୍ୱ ବିଦ୍ୟାଳୟରେ ହୋଇଥିବା ଏକ ରିସର୍ଚରୁ ଜଣାଯାଇଛି ଯେ, କୋଭିଡ -୧୯ ରୋଗୀଙ୍କ ଠାରେ ପ୍ରଥମେ ଜ୍ୱର ଲକ୍ଷଣ ଦେଖାଯାଇଥାଏ । ଅନ୍ୟ ଲକ୍ଷଣ ସମୟ ସହିତ ଦେଖାଯାଇଥାଏ । ଯେଉଁଥିରେ ଫ୍ଲୁ ବି ସାମିଲ ରହିଛି । ଦକ୍ଷିଣ କାଲିଫୋନିଆ ବିଶ୍ୱ ବିଦ୍ୟାଳୟର ଅଧ୍ୟୟନକର୍ତ୍ତା ଚୀନର କୋଭିଡ-୧୯ ସଂକ୍ରମିତ ୫୫ ହଜାର ରୋଗୀଙ୍କ ହେଲଥ ରିପୋର୍ଟ ଉପରେ ଅଧ୍ୟୟନ କରିଥିଲେ । ଅଧ୍ୟୟନକର୍ତ୍ତା ଡିସେମ୍ବର ଓ ଜାନୁଆରିରେ ରେଜିଷ୍ଟ୍ରର ହୋଇଥିବା କୋଭିଡ -୧୯ରେ ୧୧୦୦ ମାମଲା ଉପରେ ଅଧ୍ୟୟନ କରିଥିଲେ । ଏହି ରିସର୍ଚରୁ ଜଣାପଡ଼ିଲା କି କୋଭିଡ ସଂକ୍ରମିତ ରୋଗୀଙ୍କ ଠାରେ ପ୍ରଥମେ ଜ୍ୱରର ଲକ୍ଷଣ ଦେଖାଯାଇଥାଏ । କୋଭିଡ -୧୯ର ପ୍ରାଥମିକ ଲକ୍ଷଣ ଫ୍ଲୁ ହୋଇଥାଏ ବୋଲି ଅଧ୍ୟୟନ କର୍ତ୍ତା ମଧ୍ୟ କହିଛନ୍ତି ।
ଫ୍ଲୁ ଓ କରୋନା ଭାଇରସ ଲକ୍ଷଣ ସମାନ । ଏପରି ସ୍ଥଳରେ କରୋନା ଭାଇରସ ଚିହ୍ନଟ କରିବା କଷ୍ଟକର । ଚୀନ ରୋଗୀଙ୍କ ମାମଲାରେ ଦେଖାଯାଇଛି କରୋନା ଚିହ୍ନଟ ରୋଗୀଙ୍କୁ ପ୍ରଥମେ ଜ୍ୱର ହୋଇଥାଏ । ପରେ ଥଣ୍ଡା, କାଶ, କଫ ଓ ମାଂସପେଶୀର ବ୍ୟଥା ଅନୁଭବ ହୋଇଥାଏ । ଏହି ସମସ୍ୟା ପରେ ରୋଗୀଙ୍କ ଠାରେ ମୁଣ୍ଡ ବୁଲାଇବା, ବାନ୍ତି ଲକ୍ଷଣ ଦେଖାଯାଇଥାଏ । ଶେଷରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ । ଯଦି କୌଣସି ବ୍ୟକ୍ତିଙ୍କ ଶରୀରରେ ୩ ଦିନ ପର୍ଯ୍ୟନ୍ତ ଜ୍ୱର ରହୁଛି । ତାଙ୍କର ତାପାମାତ୍ରା ୯୯ରୁ ଉପରକୁ ରହୁଛି ତେବେ ତାଙ୍କୁ କରୋନା ଟେଷ୍ଟ କରିବା ଦରକାର । ସେହି ବ୍ୟକ୍ତିଙ୍କ ଅନ୍ୟ ଲୋକଙ୍କ ସଂସ୍ପର୍ଶରେ ଆସିବା କଥା ନୁହେଁ । ଏହି ସମୟରେ କରୋନାର ଅନ୍ୟ ଲକ୍ଷଣ ଉପରେ ଧ୍ୟାନ ଦେବା କଥା । ତେବେ ଜ୍ୱର ଓ ଫ୍ଲୁ କରୋନା ଲକ୍ଷଣ ନୁହେଁ ।