ହ୍ୱାଟସ ଆପର ସରକାରୀ ବିକଳ୍ପ ‘ସନେ୍ଦଶ’

ହ୍ୱାଟସ ଆପର ସରକାରୀ ବିକଳ୍ପ ‘ସନେ୍ଦଶ’

ହ୍ୱାଟସ ଆପର ସରକାରୀ ବିକଳ୍ପ ‘ସନେ୍ଦଶ’
ନୂଆଦିଲ୍ଲୀ: ବ୍ୟବହାରକାରୀଙ୍କ ତଥ୍ୟ ନିଜ ମାଲିକ ଫେସବୁକ ସହ ବାଣ୍ଟିବ ବୋଲି ଘୋଷଣା କରିବା ପରଠାରୁ ହ୍ୱାଟସ ଆପରୁ ଅନେକ ସଂସ୍ଥା ଦୂରେଇ ଯାଉଛନ୍ତି । ଏହି ଆପ ଉପରେ ଲୋକମାନେ ଅତ୍ୟଧିକ ନିର୍ଭରଶୀଳ ହୋଇପଡ଼ିଛନ୍ତି । ତେବେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯେଭଳି ଲିକ ନ ହୁଏ ତାହା ନିଶ୍ଚିତ କରିବା ଲାଗି କେନ୍ଦ୍ର ସରକାର ହ୍ୱାଟସ ଆପର ବିକଳ୍ପ ଭାବେ ‘ସନେ୍ଦଶ’ ନାମକ ଆପ ବିକଶିତ କରିଛନ୍ତି । ତାହା ପ୍ରସ୍ତୁତ ହୋଇସାରିଥିବା ବେଳେ ବିଭିନ୍ନ ମନ୍ତ୍ରଣାଳୟ ତାହାର ପରୀକ୍ଷଣ କରୁଛନ୍ତି । ସରକାରୀ ଅଧିକାରୀମାନେ ଏହାକୁ ବ୍ୟବହାର କରିବେ । ସୋସିଆଲ ମିଡିଆରେ ତଥ୍ୟ ଲତିକ ହେବାର ଆଶଙ୍କା ଥିବାରୁ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ଆପ ବ୍ୟବହାର କରିବାକୁ କୁହାଯାଇପାରେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସରକାରୀ ସ୍ତରରେ ବ୍ୟବହାର କରାଯିବ । ପରବର୍ତ୍ତୀ ସମୟରେ ଏହା ସାଧାରଣ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ହୋଇପାରେ ବୋଲି କୁହାଯାଉଛି ।