ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀର କଡାଟକ୍କର
ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀର କଡାଟକ୍କର
admin
Apr 2, 2019 - 06:02
Updated: Apr 2, 2019 - 06:02
ନୂଆପଡା: ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୀତି ସରଗରମ ହେବାରେ ଲାଗିଛି । ପ୍ରାର୍ଥୀପତ୍ର ପ୍ରତ୍ୟାହାରପରେ ଏବେ ୮ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି । ବିଜେଡିରୁ ରାଜେନ୍ଦ୍ର ପ୍ରସାଦ ଢୋଲକିଆ , କଂଗ୍ରେସରୁ ଘାସିରାମ ମାଝି ଓ ବିଜେପିରୁ ଇଂ.ହେମସିଂ ମାଝି ପ୍ରାର୍ଥୀ ହୋଇଛନ୍ତି । ବିଜେପି ଟିକେଟ ଆଶାୟୀ ଯଦୁମଣି ପ୍ରାଣିଗ୍ରାହୀ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ବିଜେଡି ଓ କଂଗ୍ରେସ ନିର୍ବିଘ୍ନରେ ପ୍ରଚାର ଆରମ୍ଭ କରିଥିବା ବେଳେ ବିଜେପି ପାଇଁ କଂଟା ସାଜିଛନ୍ତି ଅସନ୍ତୁଷ୍ଟ ।
ଓଡିଶା-ଛତିଶଗଡ ସୀମାନ୍ତ ନୂଆପଡା ହେଉଛି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ରାଜନୈତିକ କ୍ଷେତ୍ର । ଏଥିପାଇଁ ଏହି ଆସନ ଉପରେ ରାଜ୍ୟର ସମସ୍ତ ରାଜନୈତିକ ଦଳର ନଜର ରହିଛି । ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କୁ ପରାସ୍ତ କରି ବସନ୍ତ ଏଠରୁ ବିଜୟୀ ହୋଇଥିଲେ । ପ୍ରଥମେ ସେ ବିଧାନସଭାରେ ବିଧାୟକ ଦଳ ନେତା ପଦ ପାଇଥିଲେ । ପ୍ରଥମେ ସେ ବିଧାନସଭାରରେ ବିଧାୟକ ଦଳର ନେତା ପଦ ପାଇଥିଲେ । ପରେ ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ । କିନ୍ତୁ ବସନ୍ତ ଏଥର ମୋଦି ହାୱାରେ ବାଜିମାତ୍ କରିବା ଲକ୍ଷ୍ୟରେ ନୂଆପଡା ବିଧାନସଭା ଆସନ ଛଡି କଳାହାଣ୍ଡି ଲୋକସଭା ଆସନକୁ ଯାଇଛନ୍ତି । ଏଣେ ବିଜେପିର ଏକ ସୁରକ୍ଷିତ ଆସନକୁ ଯାଇଛନ୍ତି । ଏଣେ ବିଜେପିର ସୁରକ୍ଷିତ ଆସନକୁ ବିଜେଡି ଓ କଂଗ୍ରେସ କବଜା କରିବାକୁ ଅଂଟା ଭିଡିଥିବା ବେଳେ ବିଜେପି ନିଜର ଗଡ ରକ୍ଷା କରିବାକୁ ସଂଘର୍ଷ ଚଳାଇଛି । ବିଜେଡି ପ୍ରାର୍ଥୀ ଶ୍ରୀ ଢୋଲକିଆ ରାଜ୍ୟ ସରକାରଙ୍କ ଲୋକଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ଅସ୍ତ୍ର କରି ଭୋଟ ମାଗିବା ଆରମ୍ଭ କରିଛନ୍ତି । ସେହିଭଳି ଜିଲ୍ଲା କଂଗ୍ରେସ ସଭାପତି ତଥା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଅତୀତରେ ଜିଲ୍ଲାର ଅନେକ ମୌଳିକ ସମସ୍ୟାକୁ ନେଇ କରିଥିବା ଆନ୍ଦୋଳନର ଆଧାରରେ ଭୋଟ ମାଗୁଛନ୍ତି ।
ବିଜେପି ରାଜ୍ୟ ସଭାପତିଙ୍କ ଆସନ ଅକ୍ଷୁର୍ଣ୍ଣ ରଖିବା ପାଇଁ ଚଳିତ ନିର୍ବାଚନ ଜଣେ ନୂଆ ଚେହେରା ହୋମସିଂଙ୍କୁ ମଇଦାନକୁ ଛାଡିଛି । ତାଙ୍କର ବଡ ଭାଇ ପୂର୍ବତନ ଜିଲ୍ଲା ବହୁ ବର୍ଷଧରି ବିଜେପିରେ ସକ୍ରିୟ ସଭ୍ୟ ଭାବେ ଦଳୀୟ କାର୍ଯ୍ୟ କରି ଆସୁଛନ୍ତି । ଖାମସିଂ ନିଜର ଭୋଟ ବ୍ୟାଙ୍କ ଓ ଦଳର ପାରମ୍ପରିକ ଭୋଟ ହାତେଇବା ଏକ୍ଷ୍ୟରେ ନିଜେ ସାରଥୀ ସାଜି ସାନ ଭାଇଙ୍କୁ ଯୁଦ୍ଧ ମଇଦାନକୁ ଓହ୍ଳାଇଛନ୍ତି । ହୋମସିଂ କେନ୍ଦ୍ରର ମୋଦି ସରକାରଙ୍କ ଜନହିତକାରୀ ଯୋଜନା ଓ ବିକାଶ ବାର୍ତାକୁ ନେଇ ଭୋଟ ଭିକ୍ଷା କରୁଛନ୍ତି । ଅପରପକ୍ଷେ ବିଜେପି ଆଶାୟୀ ରହିଥିବା ଅନ୍ୟତମ ପ୍ରାର୍ଥୀ ଯଦୁମଣି ପାଣିଗ୍ରାହୀ ନିଜ ଦଳ ପାଇଁ ଏବେ କଂଟା ହେବାକୁ ଯାଉଛନ୍ତି । ଯଦୁମଣି ୩୦ ବର୍ଷ ଧରି ବିଜେପିରେ ନିଷ୍ଠାପର ଭାବେ କାର୍ଯ୍ୟ କରି ଦଳୀୟ ସଂଗଠନକୁ ମଜବୁତ କରିଥିଲେ । ବସନ୍ତଙ୍କ ପରେ ସେ ବିଧାୟକ ପ୍ରାର୍ଥୀ ଭାବେ ପ୍ରଥମ ଦାବିଦାର ଥିଲେ । କିନ୍ତୁ ଦଳୀୟ ହାଇକମାଣ୍ଡ ତାଙ୍କ ପ୍ରତି ଅଣଦେଖାକରି କିଛି ଦିନ ପୂର୍ବେ ବିଜେପିରେ ଯୋଗ ଦେଇଥିବା ହୋମସିଂଙ୍କୁ ଟିକଟ ଦେଇଥିଲେ । ଏଥିରେ ଯଦୁମଣି କ୍ଷୁବ୍ଧ ହୋଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର କର୍ମୀ ଓ ସମର୍ଥକଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ଯଦୁମଣି ଚାଷୀ, ମୂଲିଆ,ଶ୍ରମିକ, ବିସ୍ଥାପନ ଆଦି ସମସ୍ୟାରେ ଅନେକବାର ଆନ୍ଦୋଳନ କରିଛନ୍ତି । ଏବେ ବିଜେପିର ବିଜୟ ରଥ ଯଦି ଅଟକି ଯାଏ ତେବେ ତାହା ଯଦୁମଣିଙ୍କ ପାଇଁ ହିଁ ହେବ ବୋଲି ଚର୍ଚ୍ଚା ଜୋର୍ ଧରିଛି । ତେବେ ନୂଆପଡା ନିର୍ବାଚନମଣ୍ଡଳୀରେ ଭୋଟର ନିଜର ବହୁମୂଲ୍ୟ ଭୋଟକୁ ସାବ୍ୟସ୍ତ କରି କାହା ମୁଣ୍ଡରେ ବିଜୟ ମୁକୁଟ ପିନ୍ଧାଇବେ ଏବେ ତାହାକୁ ହିଁ ଅପେକ୍ଷା ।