ଇଭିଏମ ତ୍ରୁଟି ପାଇଁ ଭୋଟ ଗ୍ରହଣ ବନ୍ଦ

ଇଭିଏମ ତ୍ରୁଟି ପାଇଁ ଭୋଟ ଗ୍ରହଣ ବନ୍ଦ

ଇଭିଏମ ତ୍ରୁଟି ପାଇଁ ଭୋଟ ଗ୍ରହଣ ବନ୍ଦ
ସୁନ୍ଦରଗଡ଼: ଇଭିଏମ ତ୍ରୁଟି ପାଇଁ ଭୋଟ ଗ୍ରହଣ ବନ୍ଦ । ସୁନ୍ଦରଗଡ଼ ସହର ରଙ୍ଗାଢିପା ୨୧୩ ନଂ ବୁଥରେ ଭୋଟ ଗ୍ରହଣ ବନ୍ଦ କରାଯାଇଛି । ସକାଳେ ଆରମ୍ଭରେ ଇଭିଏମରେ ତ୍ରୁଟି ଦେଖାଦେଇଥିଲା । ପରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ଭୋଟଗ୍ରହଣ ଆରମ୍ଭ ହୋଇଥିଲା । ତେବେ ଭୋଟ ଗ୍ରହଣର କିଛି ସମୟ ପରେ ପୁଣି ତ୍ରୁଟି ଦେଖାଦେଇଥିଲା । ଗୋଟିଏ ଚିହ୍ନରେ ଭୋଟ ଦେଲେ ଅନ୍ୟକୁ ଯାଉଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ରିଟର୍ଣ୍ଣିଂ ଅଫିସର ଘଟଣାସ୍ଥଳରେ ପହଞ୍ଚି ଭୋଟ ବନ୍ଦ କରିଥିଲେ । ଭୋଟ ବନ୍ଦ ସହ ପୁନଃ ମତଦାନ ପାଇଁ ଇସିଆଇଙ୍କୁ ଚିଠି ଲେଖିଥିବା ଜଣାଯାଇଛି ।