ଗୋଟିଏ ଫୋନ କଲରେ ବଞ୍ଚିଗଲା ୧୨ ଜୀବନ

ଗୋଟିଏ ଫୋନ କଲରେ ବଞ୍ଚିଗଲା ୧୨ ଜୀବନ

ଗୋଟିଏ ଫୋନ କଲରେ ବଞ୍ଚିଗଲା ୧୨ ଜୀବନ
ଯୋଶୀମଠ: ଉତ୍ତରାଖଣ୍ଡର ଭୟଙ୍କର ହିମସ୍ଖଳନ ଜନିତ ବନ୍ୟାରେ ତପୋବନ ଶକ୍ତି ପ୍ରକଳ୍ପର ଟନେଲ ଭିତରେ ଫିଥିବା ୧୨ ଜଣ ବ୍ୟକ୍ତି ବଞ୍ଚିବାର ଆଶା ଛାଡ଼ି ଦେଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ଫୋନରେ ନେଟୱାର୍କ ଥିବା କାରଣୁ ସେମାନେ ବଞ୍ଚି ଯାଇଛନ୍ତି । ଆଇଟିବିପିର ଉଦ୍ଧାରକାରୀ ଦଳ ଦୀର୍ଘ ସମୟ ପ୍ରଚେଷ୍ଟା ପରେ ସେମାନଙ୍କୁ ସୁଡ଼ଙ୍ଗ ଭିତରୁ ବାହାରକୁ ଆଣିବାରେ ସକ୍ଷମ ହୋଇଛନ୍ତି । ତପୋବନ ଶକ୍ତି ପ୍ରକଳ୍ପରେ କାର୍ଯ୍ୟ କରୁଥିବା ଲାଲ ବାହାଦୂର ଉଦ୍ଧାର ପରେ ଯେଉଁ ବୟାନ ଦେଇଛନ୍ତି ସେଥିରୁ ସେମାନଙ୍କ ସଂଘର୍ଷ କାହାଣୀ ପଦାକୁ ଆସିଛି । ଲାଲ ବାହାଦୂର କହିଛନ୍ତି, ସେ ଓ ତାଙ୍କ ଅନ୍ୟ ୧୧ ଜଣ ସହଯୋଗୀଙ୍କୁ ଆଇଟିବିପିର ଉଦ୍ଧାରକାରୀ ଦଳ ଉଦ୍ଧାର କରିଛନ୍ତି । ତେବେ ଅଧିକାରୀଙ୍କ ସୂଚନା ଅନୁଯାୟୀ ଏହି ଶ୍ରମିକମାନେ ଭୂତଳ ସୁଡ଼ଙ୍ଗରେ ପ୍ରାୟ ୨ ଘଣ୍ଟା ଧରି ଫସି ରହିଥିଲେ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ୫ଟା ଶେଷ ବ୍ୟକ୍ତିଙ୍କୁ ସୁଡ଼ଙ୍ଗ ଭିତରୁ ଉଦ୍ଧାର କରାଯାଇଥିଲା ।