ଅସ୍ତ୍ରଶସ୍ତ୍ର କିଣାରେ ହାରିଲା ଭାରତ

ଅସ୍ତ୍ରଶସ୍ତ୍ର କିଣାରେ ହାରିଲା ଭାରତ

ନୂଆଦିଲ୍ଲୀ: ବିଶ୍ୱସ୍ତରରେ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ସାମଗ୍ରୀ କିଣିବାରେ ଭାରତ ତଳକୁ ଖସିଲା । ଭାରତକୁ ପଛରେ ପକାଇ ସାଉଦି ଆରବ ଶୀର୍ଷ ସ୍ଥାନ ଅଧିକାର କରିଛି । ଅସ୍ତ୍ରଶସ୍ତ୍ର କିଣା ଉପରେ ନଜର ରଖୁଥିବା ଷ୍ଟକହୋମ ଇଂଟରନ୍ୟାଶନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ ପକ୍ଷରୁ ସଦ୍ୟ ଜାରି କରିଥିବା ରିପୋର୍ଟ ଦର୍ଶାଯାଇଛି । ୨୦୧୪ରୁ ୨୦୧୮ ମଧ୍ୟରେ ଅସ୍ତ୍ରଶସ୍ତ୍ର କିଣାରେ ସାଉଦି ଆରବ ପ୍ରଥମ ସ୍ଥାନରେ ପହଂଛି । ୫ ବର୍ଷ ମଧ୍ୟରେ ବିଶ୍ୱ ସ୍ତରରେ କିଣାଯ୍ଧବ ଅସ୍ତ୍ରଶସ୍ତ୍ର ମଧ୍ୟରୁ ସାଉଦି ଆରବର ଭାଗ ୧୨ ପତିଶତ ରହିଛି । ଭାରତ ଭାଗ ୯.୫ ପ୍ରତିଶତ ଥିବାବେଳେ ଏହା ୨ୟ ସ୍ଥାନରେ ରହିଛି । ଚୀନ ୪.୨ ପ୍ରତିଶତ ଅସ୍ତ୍ରଶସ୍ତ୍ର ଆମଦାନୀ କରି ୬ଷ୍ଠ ସ୍ଥାନରେ ରହିଛି ।