ଧାରଣାରେ ବସିଲେ ଐଶ୍ୱର୍ଯ୍ୟା

ଧାରଣାରେ ବସିଲେ ଐଶ୍ୱର୍ଯ୍ୟା

ଧାରଣାରେ ବସିଲେ ଐଶ୍ୱର୍ଯ୍ୟା
ପାଟନା : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ବୋହୂ ତଥା ତେଜପ୍ରତାପ ଯାଦବଙ୍କ ପତ୍ନୀ ଐଶ୍ୱର୍ଯ୍ୟା ନିଜ ଶ୍ୱଶୁର ଘର ଲୋକଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିବା ସହ ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି । ଐଶ୍ୱର୍ଯ୍ୟାଙ୍କ ସହ ତାଙ୍କ ପିତା ଚନ୍ଦି୍ରକା ରାୟ ମଧ୍ୟ ଲାଲୁଙ୍କ ଘର ସମ୍ମୁଖରେ ଏହି ଧାରଣାରେ ବସିଛନ୍ତି । ଶାଶୂ ରାବ୍ରୀ ଦେବୀ ତାଙ୍କୁ ଅତ୍ୟାଚାରିତ କରିବା ସହ ତାଙ୍କୁ ଖାଇବାକୁ ଦେଉନଥିବା ଐଶ୍ୱର୍ଯ୍ୟା ଅଭିଯୋଗ କରିଛନ୍ତି । ପ୍ରତ୍ୟେକ ଦିନ ତାଙ୍କ ବାପଘରୁ ତାଙ୍କ ପାଇଁ ଖାଇବା ଆସେ ବୋଲି ସେ ପ୍ରକାଶ କରିଛନ୍ତି । ଉଲ୍ଲେଖଯୋଗ୍ୟ, ତେଜପ୍ରତାପ ଏବଂ ଐଶ୍ୱର୍ଯ୍ୟାଙ୍କ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଐଶ୍ୱର୍ଯ୍ୟାଙ୍କୁ ଛାଡ଼ପତ୍ର ଦେବା ନିମନ୍ତେ ତେଜପ୍ରତାପ ପାଟନା କୋର୍ଟରେ ଆବେଦନ କରିଥିଲେ ।