ଭେଣ୍ଟିଲେଟରରେ କେତେ ରୋଗୀଙ୍କ ପ୍ରାଣ ଯାଉଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭେଣ୍ଟିଲେଟରରେ କେତେ ରୋଗୀଙ୍କ ପ୍ରାଣ ଯାଉଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭେଣ୍ଟିଲେଟରରେ କେତେ ରୋଗୀଙ୍କ ପ୍ରାଣ ଯାଉଛି ଜାଣିଲେ ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ: ଭାରତରେ ଭେଣ୍ଟିଲେଟର ବ୍ୟବହାର କରି ମଧ୍ୟ କୋଭିଡ ମୃତୁ୍ୟ ହାର ବୃଦ୍ଧି ପାଉଛି । ଏହା ଏବେ ଡାକ୍ତରମାନଙ୍କ ଚିନ୍ତା ବଢ଼ାଇ ଦେଉଛି । ବାଙ୍ଗାଲୋର ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚୁ୍ୟଟ (ବିଏମସିଆରଆଇ) ପକ୍ଷରୁ କରାଯାଇଥିବା ଏକ ଗବେଷଣାରୁ ଭେଣ୍ଟିଲେଟର ବ୍ୟବହାର ସତ୍ତ୍ୱେ ମୃତୁ୍ୟହାର ଅଧିକ ବୋଲି ଜଣାପଡ଼ିଛି । ଜୁଲାଇ ୧୩ ସୁଦ୍ଧା ମୋଟ ୯୦ ଜଣ କୋଭିଡ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା । ମାତ୍ର ଏହି ୯୦ ଜଣ ରୋକୀଙ୍କ ମଧ୍ୟରୁ ମାତ୍ର ଜଣେ ରୋଗୀ ସୁସ୍ଥ ହୋଇଥିବା ବେଳେ ୮୯ ରୋଗୀଙ୍କ ମୃତୁ୍ୟ ହୋଇଛି । ମୃତୁ୍ୟବରଣ କରିଥିବା ରୋଗୀଙ୍କ ବୟସ ୨୦ ରୁ ୭୦ ମଧ୍ୟରେ । ସବୁଠୁ ବଡ଼ କଥା ହେଲା, ଏହି ରୋଗୀମାନଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲକୁ ଅଣାଯାଇଥିଲା ଏବଂ ସେମାନଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା କରାଯାଇଥିଲା । ମାତ୍ର ଭେଣ୍ଟିଲେଟର ସତ୍ତ୍ୱେ ଏମାନଙ୍କୁ ବଞ୍ଚାଇ ରଖିବା ସମ୍ଭବ ପର ହୋଇନାହିଁ ବୋଲି ବିଏମସିଆରଆଇର ନିଦେ୍ର୍ଧଶକ ଡାକ୍ତର ସି.ଆର ଜୟନ୍ତୀ କହିଛନ୍ତି । ଭେଣ୍ଟିଲେଟରରେ ଚିକିତ୍ସିତ ଅବସ୍ଥାରେ ମୃତୁ୍ୟ ଘଟଣା କେବଳ ବିଏମସିଆରଆଇରେ ଘଟିନାହିଁ ବରଂ ଦେଶର ଅନ୍ୟାନ୍ୟ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଘଟୁଛି ବୋଲି ଡାକ୍ତର ଜୟନ୍ତୀ ସ୍ପଷ୍ଟ କରିଛନ୍ତି । ପଟିଆଲାର ଏକ ହସ୍ପିଟାଲରେ ଗତ ଜୁନ ମାସରେ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିବା ବେଳେ ୧୨ ଜଣ ରୋଗୀଙ୍କ ମୃତୁ୍ୟ ହୋଇଛି । ଶତକଡ଼ା ୮୫ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଉଛନ୍ତି ବୋଲି ବିଏମସିଆରଆଇ ପ୍ରକାଶ କରିଛି ।