ବାହାରିଲା କରୋନା ନିପାତ ପାଇଁ ନୂଆ ଟିକା

ବାହାରିଲା କରୋନା ନିପାତ ପାଇଁ ନୂଆ ଟିକା

ବାହାରିଲା କରୋନା ନିପାତ ପାଇଁ ନୂଆ ଟିକା
ଆମେରିକାର ପେନସିଲଭାନିଆ ସ୍ଥିତ ପିଟର୍ସବର୍ଗ ୟୁନିଭରସିଟିର ଗବେଷକମାନେ କରୋନା ଭାଇରସକୁ ନିପାତ କରିବା ପାଇଁ ଏକ ଟିକା ପ୍ରସ୍ତୁତ କରିଛନ୍ତି । ଅଙ୍ଗୁଳିର ଟିପ ଆକାରର ଏକ ପ୍ୟାଚ ମାଧ୍ୟମରେ ରୋଗୀକୁ ଏହି ଟିକା ଦିଆଯିବ । ଏହି ଟିକା ନେବାର ଦୁଇ ସପ୍ତାହ ଭିତରେ ରୋଗୀ ଦେହରେ କରୋନା ମୁକାବିଲା ପାଇଁ ଆଣ୍ଟିବଡ଼ି ପ୍ରସ୍ତୁତ ହୋଇଯିବ । ମୂଷା ଉପରେ ଏହି ଟିକାର ପ୍ରୟୋଗ କରାଯାଇ ସଫଳତା ମିଳିଛି । ତେଣୁ ମଣିଷ ଉପରେ ଏବେ ଏହାର ପ୍ରୟୋଗ କରାଯିବ । ଏଥିପାଇଁ ଆଉ କିଛି ମାସ ସମୟ ଲାଗିବ ବୋଲି ଏହି ଗବେଷକମାନେ ପ୍ରକାଶ କରିଛନ୍ତି ।