ହୃଦଘାତ, ମଧୁମେହରେ ଯାଉଛି କରୋନା ରୋଗୀଙ୍କ ଜୀବନ
ହୃଦଘାତ, ମଧୁମେହରେ ଯାଉଛି କରୋନା ରୋଗୀଙ୍କ ଜୀବନ
admin
Apr 13, 2020 - 11:47
Updated: Apr 13, 2020 - 11:47
କୋଭିଡ-୧୯ ରୋଗୀଙ୍କ ପାଇଁ ହୃଦଘାତ, ମଧୁମେହ, ଶ୍ୱାସକ୍ରିୟା ଜନିତ ସମସ୍ୟା ଶରୀରରେ ଏକାଧିକ ଅଙ୍ଗ ଅଚଳ ଏବଂ ସେପ୍ଟିକ ସକ ଏବେ କଳ ହେଉଛି । ଅନେକ ରୋଗୀ ହୃଦଘାତ ଏବଂ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଚଳ ହୋଇଯିବାରୁ ପ୍ରାଣ ହରାଉଛନ୍ତି । ତେବେ ଏହି ମୃତ୍ୟୁର କାରଣ କୋଭିଡ-୧୯ ହିଁ ରହୁଛି । ବୈଜ୍ଞାନିକ ଏବଂ ବିଭିନ୍ନ ପ୍ରମୁଖ ଅନୁଷ୍ଠାନର ଡାକ୍ତରମାନେ ଏ ନେଇ ମତ ରଖିଛନ୍ତି । ମତ ସାଂଘାତିକ ନ୍ୟୁମୋନିଆ ପରି ଶ୍ୱାସକ୍ରିୟା ବିଫଳତା ଏବଂ ହୃଦଘାତ ଯୋଗୁଁ ବି କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଚଳିତ ସପ୍ତାହରେ ଗୁରୁଗ୍ରାମର ଜଣେ ୭୮ ବର୍ଷୀୟା ଇଟାଲୀୟ ମହିଳାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା । ଶରୀରର ଏକାଧିକ ଅଙ୍ଗ ଅଚଳ ହୋଇଯିବାରୁ ଏବଂ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ତାଙ୍କ ମୃତ୍ୟୁର କାରଣ ହେଉଛି କୋଭିଡ-୧୯ ଶରୀରର ସଂକ୍ରମଣ ମାତ୍ରା ଅଧିକ ଥିବାର ଏହା ଏକାଧିକ ଅଙ୍ଗକୁ ଅକାମୀ କରିଦେଲା ବୋଲି ଜଣେ ଡାକ୍ତର କହିଛନ୍ତି । ବିଭିନ୍ନ ଦେଶର ତଥ୍ୟ ଆକଳନରୁ ଜଣାପଡ଼ିଛି ଯେ ପ୍ରତି ୫ ଜଣରେ ଜଣେ ଯିଏ କି କୋଭିଡ-୧୯ ର ଶିକାର ହୋଇଛନ୍ତି ସେମାନେ ବୃହତ ଅସୁସ୍ଥ । ସେମାନଙ୍କର କ୍ରୋନିକ ଫୁସଫୁସ ରୋଗ, ହୃଦରୋଗ ଏବଂ ଡାଇବେଟିସ ଆଦି ରହିଛି । କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ସବୁ କାରଣ ଗୁଡ଼ିକ ଅତ୍ୟନ୍ତ ବିପଦ ସାବ୍ୟସ୍ତ ହୋଇଛି । ଚୀନରେ ପ୍ରାୟ ୪୪,୬୭୨ ମୃତକଙ୍କୁ ନେଇ ଏକ ଅନୁଧ୍ୟାନ କରି ଜଣାପଡ଼ିଛି ଯେ, ପ୍ରାୟ ସମସ୍ତଙ୍କର ଏହି ସବୁ ରୋଗ ରହିଥିଲା ।
ଉହାନରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ପ୍ରତି ୫ ଜଣରେ ଜଣଙ୍କର ହୃଦରୋଗଜନିତ ସମସ୍ୟା ରହିଛି । ଅଧିକାଂଶ କରୋନା ରୋଗୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି । ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫସ ମେଡିସିନର ୨୦୧୮ ମସିହାର ଏକ ଅଧ୍ୟୟନ ଅନୁଯାୟୀ ଜଣେ ବ୍ୟକ୍ତି ଯେତେବେଳେ କୌଣସି ସଂକ୍ରମଣର ଶିକାର ହୋଇଥିବା ବେଳେ ଯେତେବେଳେ ତାଙ୍କର ହୃଦଘାତ ହେବାର ସମ୍ଭାବନା ୬ ଗୁଣା ଅଧିକ ରହିଛି ।