ସାନିଟାଇଜରରେ ଯିବନି କରୋନା

ସାନିଟାଇଜରରେ ଯିବନି କରୋନା

ସାନିଟାଇଜରରେ ଯିବନି କରୋନା
ସମ୍ପ୍ରତି ଅନେକ ଦେଶରେ କରୋନା ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ଲାଗି ଜନଗହଳି ଅଞ୍ଚଳର ରାସ୍ତାଘାଟରେ ବିଭିନ୍ନ ପ୍ରକାର ବିଶୋଧକ ସିଞ୍ଚନ କରାଯାଉଛି । ମାତ୍ର ଏହା ଦ୍ୱାରା ଘାତକ କରୋନା ଭୂତାଣୁ ସାର୍ସ କୋଭ-୨କୁ ତ ଦୂରେଇ ହେବନି, ବରଂ ଅଧିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଶନିବାର ଚେତାବନୀ ଦେଇଛି । କରୋନା ଭୂତାଣୁର ମୁକାବିଲା ପାଇଁ ବିଭିନ୍ନ ଚଟାଣକୁ ସଫାସୁତୁରା ଏବଂ ଜୀବାଣୁମୁକ୍ତ କରିବା ସମ୍ପର୍କରେ ‘ହୁ’ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏପରି ବିଶୋଧକ ଦ୍ୱାରା ସିଞ୍ଚନ କରିବା ଆଦୌ କରୋନା ଭୂତାଣୁ ବିରୋଧରେ ଫଳପ୍ରଦ ହେବ ନାହିଁ ବୋଲି ସତର୍କ କରାଇ ଦିଆଯାଇଛି । ସାଧାରଣତଃ ରାସ୍ତାଘାଟ କି ହାଟବଜାରରେ ଏକ ପ୍ରକାର ବିଶୋଧକ ଗୁଡ଼ିକୁ ଧୂଅାଁ ଆକାରରେ ଛାଡ଼ିବା କିମ୍ବା ତରଳ ଆକାରରେ ସିଞ୍ଚନ କରାଗଲେ ମଧ୍ୟ ତାହା ଆଖପାଖରେ ଗଦା ହୋଇଥିବା ଭଙ୍ଗାରୁଜା ପଦାର୍ଥ କି ଆବର୍ଜନା ହିଁ ନିଷ୍କି୍ରୟ ସାବ୍ୟସ୍ତ ହୋଇଥାଏ । ତେଣୁ କରୋନା ଭୂତାଣୁ କି ଅନ୍ୟ କୌଣସି ରୋଗଜୀବାଣୁ ମାରିବା ପାଇଁ ଏପରି ବିଶୋଧନ କରିବା ଆଦୌ ଫଳପ୍ରଦ ନୁହେଁ ବୋଲି ‘ହୁ’ ପରାମର୍ଶ ଦେଇଛି । ସେହିପରି କୌଣସି ଜୈବ ପଦାର୍ଥ ଅନୁପସ୍ଥିତିରେ ରାସାୟନିକ ସାମଗ୍ରୀ ସିଞ୍ଚନ କରାଗଲେ ମଧ୍ୟ ତାହା ରୋଗ ଜୀବାଣୁକୁ ନିଷ୍କି୍ରୟ କରିବା ପାଇଁ ଆବଶ୍ୟକ ନିର୍ଦ୍ଧାରିତ ସମୟରେ ସବୁ ସମତଳରେ ପହଞ୍ଚିପାରିବ ନାହିଁ । ତେଣୁ ଏଭଳି କ୍ଷେତ୍ରରେ ମଧ୍ୟ ଏହି ସିଞ୍ଚନ ପ୍ରକି୍ରୟା ଫଳପ୍ରଦ ନୁହେଁ । ଅପରପକ୍ଷେ, ରାସ୍ତାଘାଟ କି ବଜାରହାଟଗୁଡ଼ିକୁ ସଂକ୍ରମଣ ଭଣ୍ଡାର ଭାବେ ବିବେଚନା କରିବା ମଧ୍ୟ ଠିକ୍‍ ନୁହେଁ । ବରଂ ଏପରି ଅଯୌକ୍ତିକ ସ୍ଥାନରେ ଅଯଥାରେ ବିଶୋଧକ ପ୍ରୟୋଗ ଦ୍ୱାରା ମନୁଷ୍ୟର ସ୍ୱାସ୍ଥ୍ୟ ପକ୍ଷେ ତାହା ହାନିକାରକ ହୋଇପାରେ ବୋଲି ‘ହୁ’ ସତର୍କ କରାଇଛି ।