ସଂଗୀତାଙ୍କୁ ବାହା ହେବେ ବଜରଙ୍ଗ

ସଂଗୀତାଙ୍କୁ ବାହା ହେବେ ବଜରଙ୍ଗ

ସଂଗୀତାଙ୍କୁ ବାହା ହେବେ ବଜରଙ୍ଗ
ନୂଆଦିଲ୍ଲୀ : ଗୀତା ଫୋଗଟ-ପୱନ କୁମାର, ସାକ୍ଷୀ ମଲ୍ଲିକ-ସତ୍ୟବ୍ରତ କାଦିଆନ ଏବଂ ଭିନେଶ ଫୋଗଟ ସୋମବାର ରାଠୀ କୁସ୍ତିବିତରୁ ପରେ ଜୀବନ ସାଥୀ ବନିଯାଇଛନ୍ତି । ଏବେ ଏହି କ୍ଲବ ଖୁବ ଶୀଘ୍ର ଆଉ ଏକ କୁସ୍ତିବିତ ଦମ୍ପତ୍ତିଙ୍କୁ ସ୍ୱାଗତ କରିବାକୁ ଯାଉଛି । ଭାରତର ଶ୍ରେଷ୍ଠ ମାନ୍ୟତା (୬୫ କେଜି ବର୍ଗ) କୁସ୍ତିବିତ ବଜରଙ୍ଗ ପୁନିଆ ଏବଂ ଫୋଗଟ ଭଉଣୀଙ୍କ ସବୁଠୁ ସାନ ସଂଗୀତା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବାରୁ ଏହି କ୍ଲବର ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି । ବଜରଙ୍ଗ ଆଗାମୀ ଟୋକିଓ ଅଲମ୍ପିକସରେ ଭାରତର ପ୍ରମୁଖ ପଦକ ଆଶାୟୀ ରହିଥିଲା ବେଳେ ସଂଗୀତା ୫୯ କେଜି ବର୍ଗରେ ପୂର୍ବତନ ଜାତୀୟ ପଦକ ବିଜୟିନୀ । ଦୁହେଁ ସେମାନଙ୍କ ସମ୍ପର୍କ ଓ ବିବାହ କରିବାର ଇଚ୍ଛାକୁ ନିଜ ନିଜ ପରିବାର ବର୍ଗଙ୍କୁ ଜଣାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । ଉଭୟ ଏବେ ନିଜ ନିଜର ପେସାକୁ ନେଇ ବ୍ୟସ୍ତ ଅଛନ୍ତି । ବଜରଙ୍ଗ ଅଲମ୍ପିକ୍ସ ଉପରେ ପୁରା ଧ୍ୟାନ ଦେଇ ପ୍ରଶିକ୍ଷକ ସାକୋ ବେଣ୍ଟିନିଡିସଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଚଳାଇଛନ୍ତି । ଅନ୍ୟ ପକ୍ଷରେ ସଂଗୀତା ଆହତରୁ ବୁକୁଳିବା ପରେ ପୂର୍ଣ୍ଣ ଫିଟନେସ ଫେରିପାଇବା ପାଇଁ ଜାତୀୟ ଶିବିରରେ ପ୍ରସ୍ତୁତି ଚଳାଇଛନ୍ତି । ତେବେ ଏକ ସୂତ୍ରରୁ ଯାହା ଜଣାପଡ଼ିଛି ଟୋକିଓ ଅଲମ୍ପିକ୍ସ ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ଉଭୟ ପରସ୍ପରକୁ ତିନି ବର୍ଷ ହେଲା ନିକଟରୁ ଭଲ ଭାବେ ପରଖିଛନ୍ତି ଏବଂ ଟୋକିଓ ଅଲମ୍ପିକ୍ସ ପରେ ବିବାହ କରିବେ ବୋଲି ସଂଗୀତାଙ୍କ ଟ୍ରେନର ତଥା ବାପା ମହାବୀର ସିଂହ କହିଛନ୍ତି ।