ଗାଁ ପାଖ ରାସ୍ତା କଡ଼ରେ ରୋଗୀଙ୍କ ଶବଦାହକୁ ନେଇ ଉତ୍ତେଜନା
ଗାଁ ପାଖ ରାସ୍ତା କଡ଼ରେ ରୋଗୀଙ୍କ ଶବଦାହକୁ ନେଇ ଉତ୍ତେଜନା
admin
May 6, 2021 - 05:22
Updated: May 6, 2021 - 05:22
କରଞ୍ଜିଆ: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନା ଆକ୍ରାନ୍ତଙ୍କ ସହ ତାଳଦେଇ ମୃତୁ୍ୟ ସଂଖ୍ୟା ବି ବଢିବାରେ ଲାଗିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଗାଁ ପାଖ ରାସ୍ତା କଡ଼ରେ ରୋଗୀଙ୍କ ଶବଦାହକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । ଶବଦାହକୁ ନେଇ ୧୩, ୧୪ ଓ ୧୫ ନଂ ୱାର୍ଡବାସୀଙ୍କ ପକ୍ଷରୁ ବିରୋଧ କରାଯାଇଛି । ଗତକାଲି କୋଭିଡ କେୟାର ସେଣ୍ଟରରେ ଜଣେ ଯୁବକଙ୍କ ମୃତୁ୍ୟ ହୋଇଥିଲା । ତେବେ ପ୍ରଶାସନ ପକ୍ଷରୁ ତରବରିଆଭାବେ ଗାଁ ପାଖ ରାସ୍ତା କଡ଼ରେ ଶବଦାହ କରାଯାଇଥିବା ଅଭିଯୋଭ ହୋଇଛି । ତେବେ ଶବଦାହ ସ୍ଥାନକୁ ସାନିଟାଇଜ କରାଯିବ ବୋଲି କରଞ୍ଜିଆ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ତେବେ ଗାଁ ପାଖ ରାସ୍ତା କଡ଼ରେ ରୋଗୀଙ୍କ ଶବଦାହକୁ ନେଇ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।