ଚିଟଫଣ୍ଡ କମ୍ପାନିଙ୍କୁ ନୋଟିସ୍

ଚିଟଫଣ୍ଡ କମ୍ପାନିଙ୍କୁ ନୋଟିସ୍

ଚିଟଫଣ୍ଡ କମ୍ପାନିଙ୍କୁ ନୋଟିସ୍
ଭୁବନେଶ୍ୱର,ଚିଟଫଣ୍ଡ ଠକେଇ ମାମଲାରେ ୫୭୬ଟି କମ୍ପାନିଙ୍କୁ ପବ୍ଲିକ୍ ନୋଟିସ୍ ଜାରୀ କରାଯାଇଛି । ଜଷ୍ଟିସ ଏମଏମ୍ ଦାସ ଖବରକାଗଜ ମାଧ୍ୟମରେ ନୋଟିସ ଜାରୀ କରିଛନ୍ତି । ଚିଟଫଣ୍ଡ କମ୍ପାନି ମାନେ ତଦନ୍ତ କମିଶନଙ୍କ ହାଜର ହେଉ ନଥିବା ଅଭିଯୋଗରେ ନୋଟିସ୍ ଜାରୀ କରାଯାଇଛି । ୨ଟି କ୍ୟାଟେଗୋରୀର କମ୍ପାନୀଙ୍କୁ କମିଶନଙ୍କ ପବ୍ଲିକ୍ ନୋଟିସ୍ କରାଯାଇଛି । ହାଜର ହେଉ ନଥିବା ୧୯୯ କମ୍ପାନିଙ୍କୁ ନୋଟିସ୍ । କୌଣସି ଖୋଜଖବର ନଥିବା ୩୭୭ କମ୍ପାନିଙ୍କୁ ମଧ୍ୟ ନୋଟିସ୍ ଜାରୀ କରାଯାଇଛି । ଆସନ୍ତା ଏପ୍ରିଲ ୧୫ରୁ ସେପ୍ଟେମ୍ବର ୨୪ ସୁଦ୍ଧା ହାଜର ହେବାକୁ ନୋଟିସରେ ଉଲ୍ଲେଖ ରହିଛି ।