କଟକ ଜିଲ୍ଲା ଛାତ୍ର କଂଗ୍ରେସ ଓ କଟକ ନଗର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ
ରେଭେନ୍ସା ବିଶ୍ଵ ବିଦ୍ୟାଳୟ ନାମ ପରିବର୍ତ୍ତନ କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ମନ୍ତବ୍ୟକୁ ଛାତ୍ର କଂଗ୍ରେସ ର ପ୍ରାକ୍ତନ ଜାତୀୟ ସମ୍ପାଦକ ଡ଼ ବିପ୍ଳବ ଶିଳାଦିତ୍ୟ ଙ୍କ ନେତୃତ୍ୱରେ ବିରୋଧ କରାଯାଇଛି । ଛାତ୍ର କଂଗ୍ରେସ ପକ୍ଷରୁ ରେଭେନ୍ସା ର ମୁଖ୍ୟ ଫାଟକ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ କେନ୍ଦ୍ରମନ୍ତ୍ରୀ ଙ୍କ ଫଟୋଥିବା ବ୍ୟାନର ଓ କୁଶପୁତ୍ତଳିକା ଦାହ କରାଯାଇଥିଲା ।ବିଜେପି ଦଳ କେବଳ ନାମ ପରିବର୍ତ୍ତନ ଭଳି ଶସ୍ତା ରାଜନୀତି କରୁଛି ବୋଲି ଅଭିଯୋଗ ଆଣିଛି କଂଗ୍ରେସ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ମାନସ ଚୌଧୁରୀ ଯୋଗଦେଇ ରେଭେନ୍ସା ର ନାମ ପରିବର୍ତ୍ତନ ଏକ କୁତ୍ସିତ ମାନସିକତା ।
ଓଡ଼ିଆ ଭାଷାର ସୁରକ୍ଷା ତଥା ରେଭେନ୍ସା କଲେଜ ପ୍ରତିଷ୍ଠା ଦିଗରେ ଟି.ଇ.ରେଭେନ୍ସା ଙ୍କ ଅବଦାନ ଅତୁଳନୀୟ।ଏହାର ନାମ ପରିବର୍ତ୍ତନର ଅର୍ଥ ଶିକ୍ଷାନୁଷ୍ଠାନର ଅସ୍ମିତା ଉପରେ କୁଠାରଘାତ କରିବା ତଥା ତାଠାରୁ ତାର ଦେଢ଼ଶହ ବର୍ଷ ର ଇତିହାସକୁ ଛଡାଇ ନେବା ସହ ସମାନ ।ଏହାର ନାମ ପରିବର୍ତ୍ତନ କରିବା ବଦଳରେ ଏହାର ଗୌରବ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଦ୍ୟମ କରନ୍ତୁ ବୋଲି କହିଥିଲେ ଶ୍ରୀ ଚୌଧୁରୀ କହିଥିଲେ ।ପୂର୍ବତନ ଛାତ୍ରନେତା ତଥା ଆଇନଜୀବୀ ଶ୍ରୀ ବିପ୍ଳବ ଶିଳାଦିତ୍ୟ ରେଭେନ୍ସା କୁ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ର ମାନ୍ୟତା ଦେବାପାଇଁ ଦାବୀ କରିଥିଲେ ।ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ରେଭେନ୍ସା ଛାତ୍ରନେତା ଆଶୁତୋଷ ରାଉତ୍, ଶିବ ଅଗ୍ରୱାଲ, ଦୀପକ ମହାନ୍ତି, ସଂଜିତ୍ ସାହୁ, ସତ୍ୟଜିତ ସେଠୀ, ଲଳିତ ସ୍ୱାଇଁ, ଶ୍ୟାମ ସୁନ୍ଦର ଶର୍ମା, ଓମ୍ ପ୍ରକାଶ ପ୍ରମୁଖ ଙ୍କ ସହିତ ବହୁ ସଂଖ୍ୟାରେ ରେଭେନ୍ସାର ପୂର୍ବତନ ଛାତ୍ର ଓ ବର୍ତ୍ତମାନ ଛାତ୍ର ଯୋଗଦେଇଥିଲେ ।