ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ହାଲଚାଲ

ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ହାଲଚାଲ

ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ହାଲଚାଲ
ଜଗତସିଂହପୁର:୧୯୯୦ ମସିହାରୁ ୨୦୧୪ ଦୀର୍ଘ ୨୫ ବର୍ଷ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ଅପ୍ରତିଦ୍ୱନ୍ଦୀ ନେତା ଭାବେ ୫ ଥର ବିଧାୟକ ହୋଇଥିବା ବିଷ୍ଣୁ ଚରଣ ଦାସ ଏବେ ତିର୍ତୋଲ ନିର୍ବାଚନମଣ୍ଡଳୀ ମୁହାଁ । ଗତଥର ପରାଜୟ ବରଣ ପରେ ଏଥର ଜଗତସିଂହପୁର ବିଧାନସଭା କ୍ଷେତ୍ରରୁ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଫଳରେ ଗୁରୁତ୍ୱପୁର୍ଣ୍ଣ ଜଗତସିଂହପୁର ଆସନରେ ବିଜେଡି ପ୍ରାର୍ଥୀଙ୍କ ତାଲିକା ବଢିବାରେ ଲାଗିଛି । ଅନ୍ୟପଟେ ବିଷ୍ଣୁଙ୍କ ବିଜୟ ଧାରାରେ ରୋକ୍ ଲାଗିଥିବା କଂଗ୍ରେସର ହେଭି୍ୱେଟ୍ ନେତା ଚିରଞ୍ଜୀବ ବିଶ୍ୱାଳ ପୁଣି ଥରେ କ୍ଷମତା ଦଖଲ ପାଇଁ ପାଗ ଭିଡିଛନ୍ତି । ବିଜେପି ବି ଏ କ୍ଷେତ୍ରରେ ଉଦ୍ୟମ ଜାରି ରଖିଛି । ଏଥିସହିତ ପ୍ରମୁଖ ତିନି ଦଳ ମଧ୍ୟରେ କଡା ଟକ୍କର ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ୧୯୫୧ ମସିହାରେ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ପ୍ରଥମ କଂଗ୍ରେସ ବିଧାୟକ ଭାବେ ନଳିନୀ ପ୍ରଧାନ ନିର୍ବାଚିତ ହୋଇଥିଲେ । ଏବେ ସୁଦ୍ଧା ଏହି ଆସନରୁ କଂଗ୍ରେସ ୮ ଥର ବିଜୟ ଧ୍ୱଜା ଉଡାଇଛି । ଅନ୍ୟମାନଙ୍କ ମଧ୍ୟରେ ଜନତା ଦଳ ୩ ଥର ପିଏସପି ଗୋଟିଏ ଥର ଓଡିଶା ଜନ କଂଗ୍ରେସ ଗୋଟିଏ ଥର ଏବଂ ୨୦୦୦ ମସିହାରେ ବିଜେଡି ଗଢା ହେବା ପରେ ଲଗାତର ତିନିଥର ଜିତିଥିଲା । ୧୯୯୦ ମସିହାରେ ବର୍ତମାନର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଜନତା ଦଳରୁ ବିଧାୟକ ଭାବେ ଛିଡା ହୋଇ ଜିତିଥିଲେ । କ୍ରମାଗତ ୫ ଥର ଏହି ଆସନରୁ ସେ ବିଜୟୀ ହୋଇଥିଲେ । ୨୦୧୪ ମସିହାରେ କଂଗ୍ରେସର ସାରା ରାଜ୍ୟରେ ଭୋଟ୍ କମିବା ତଥା ବିଧାୟକମାନଙ୍କୁ ହାର ସାମ୍ନା କରିବାକୁ ପଡୁଥିବା ବେଳେ ଚିରଞ୍ଜୀବ ବିଶ୍ୱାଳ ବିଷ୍ଣୁଙ୍କ ଗଡରେ ବିଜୟୀ ହୋଇଥିଲେ । ବିଜେପି ଏହି ଆସନରେ ୨୦୦୯ରେ ମାତ୍ର ୪୮୬୪ ଏବଂ ୨୦୧୪ରେ ୭୦୮୫ ଖଣ୍ଡ ଭୋଟ୍ ପାଇଥିଲା । ଏପର୍ଯ୍ୟନ୍ତ ବିଜେପି କଡା ମୁକାବିଲାକୁ ଆସି ପାରୁନାହିଁ । ଦୁଇ ଜଣ ପାଖାପାଖି ୧୩ ହଜାର ଭୋଟ୍ ପାଇଥିଲେ । ଏବେ ଜଗତସିଂହପୁରରେ ବିଶ୍ୱାଳ ଭ୍ରାତାଙ୍କ ଦବଦବା ଜାରି ରହିଛି । ପୁଣି ଥରେ ଏହି ଆସନ ଅକ୍ତିଆର ପାଇଁ ସାଂସଦ ପାଣ୍ଠିର ପ୍ରାୟ ୭୦ ପ୍ରତିଶତ ଜଗତସିଂହପୁର ପୌର ପରିଷଦ, ନାଉଗାଁ ଓ ଜଗତସିଂହପୁର ବ୍ଳକରେ ଖର୍ଚ୍ଚ କରାଯାଇଛି । ପରିମାଣ ବିଜେଡି ସଂଗଠନ ଦୁର୍ବଳ ହେବାରେ ଲାଗିଥିଲା ଏହାକୁ ଦୃଷ୍ଟିରେ ରଖି ବିଷ୍ଣୁ ଦାସଙ୍କୁ ରାଜ୍ୟ ସଭା ସାଂସଦ ଅସ୍ତ୍ର ଧରା ଯାଇଥିଲା ।ପରେ ଶ୍ରୀ ଦାସ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ଅଛନ୍ତି । ଜଗତସିଂହପୁର ବିଧାନସଭା ଆସନରେ କଂଗ୍ରେସ ଦଳ ପକ୍ଷରୁ ଚିରଞ୍ଜୀବ ବିଶ୍ୱାଳ ପାର୍ଥୀ ହେବା ପ୍ରାୟ ନିଶ୍ଚିତ । କିନ୍ତୁ ଅନ୍ୟ ଦୁଇ ପ୍ରମୁଖ ଦଳରୁ କିଏ ନିର୍ବାଚନରେ ଟିକେଟ୍ ପାଇବେ ତାଙ୍କୁ ନେଇ ଟଣା ଓଟରା ଚାଲିଛି । ବିଜେଡି ଦଳରେ ଏକାଧିକ ଆଶାୟୀ ମୁଣ୍ଡ ଟେକିଛନ୍ତି । ଚର୍ଚ୍ଚାରେ ରହିଛନ୍ତି ବିଜେଡି ରାଜ୍ୟ ମହିଳା ସମ୍ପାଦିକା ଜନକ ପ୍ରଭା ଲେଙ୍କା, ଯୁବ ବିଜେଡି ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତି ,ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ୱାଇଁ ,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବୀଦତ ମହାନ୍ତି, ପୂର୍ବତନ ବିଧାୟକ ଜ୍ୟୋତିଷ୍କର ଦାଶ ସତ୍ୟଜିତ ମିଶ୍ର, ନାଉଗାଁ ବିଜେଡି ସଙ୍ଗଠକ ପ୍ରଦୀପ୍ତ ସ୍ୱାଇଁ ପ୍ରମୁଖ । ବିଜେପିର ସଭାପତି ସତ୍ୟବ୍ରତ ସଭାପତି, ସତ୍ୟବ୍ରତ ମହାପାତ୍ର, ପ୍ରତାପ ମିଶ୍ର ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଟିକେଟ୍ ଆଶାୟୀ ଅଛନ୍ତି ।