ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଅରୁଣ ସିଂ

ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଅରୁଣ ସିଂ

ବିଜେଡି ଓ କଂଗ୍ରେସ ଉପରେ ବର୍ଷିଲେ ଅରୁଣ ସିଂ
ଭୁବନେଶ୍ୱର: ବିଜେପି ପ୍ରଭାରୀ ଅରୁଣ ସିଂ ଆଜି ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଛନ୍ତି । କଂଗ୍ରେସର ରାଫେଲ ବୟାନକୁ ବିରୋଧ କରାଯିବ ବୋଲି ଶ୍ରୀ ସିଂ କହିଛନ୍ତି । ଆସନ୍ତାକାଲି କଂଗ୍ରେସ ବିରୋଧରେ ବିଜେପି ସ୍ୱର ଉତ୍ତୋଳନ କରିବ ବୋଲି ସେ କହିଛନ୍ତି । ରାଫେଲ ଚୁକ୍ତିକୁ ନେଇ ସୁପ୍ରିମକୋର୍ଟରୁ ରାୟ ଆସିଛି । ଚୁକ୍ତିରେ ଅନିୟମତତା ନେଇ ଦାଖଲ ହୋଇଥବା ପୁନର୍ବାର ଯାଂଚ ଯାଚିକାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ରାଫେଲ ଚୁକ୍ତିରେ ବିଜେପି ତଥା କେନ୍ଦ୍ରର ବିଜୟ ହୋଇଛି । ତେଣୁ ଏହାକୁ ନେଇ ବିଭ୍ରାନ୍ତିକର ବୟାନ ଦେବା ଠିକ ହେଉନି ବୋଲି ସେ କହିଛନ୍ତି । ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଶ୍ରୀ ସିଂ କହିଛନ୍ତି ଯେ, ଓଡ଼ିଶାରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି । ଓଡ଼ିଶାରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅତ୍ୟାଚାର ବଢିବାରେ ଲାଗିଛି । ରାଜ୍ୟ ସରକାର କେବଳ ବିବୃତି ଦେଉଛନ୍ତି, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ ବୋଲି ସେ କହିଛନ୍ତି ।