ମୋଦିଙ୍କ ଟିମରେ ଓଡିଶାରୁ ୨ ମନ୍ତ୍ରୀ

ମୋଦିଙ୍କ ଟିମରେ ଓଡିଶାରୁ ୨ ମନ୍ତ୍ରୀ

ମୋଦିଙ୍କ ଟିମରେ ଓଡିଶାରୁ ୨ ମନ୍ତ୍ରୀ
ଭୁବନେଶ୍ୱର: ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ଓଡିଶାରୁ ୨ ଜଣ ସ୍ଥାନ ପାଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ପୁଣି କ୍ୟାବିନେଟ ପାହ୍ୟା ପାଇଥିଲା ବେଳେ ପ୍ରତାପ ଷଡଙ୍ଗୀ ପ୍ରଥମ ଥର ପାଇଁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁହିଁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ଥିବା ଧର୍ମେନ୍ଦ୍ର ମୋଦିଙ୍କ ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ଥିଲେ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହୋଇ କ୍ୟାବିନେଟ ପାହ୍ୟା ପାଇଥିଲେ । ମୋଦିଙ୍କ କ୍ୟାବିନେଟରେ ପ୍ରମୁଖ ମନ୍ତ୍ରୀଙ୍କ ତାଲିକା ଧର୍ମେନ୍ଦ୍ର ନିଜ ସ୍ଥାନକୁ ସବୁବେଳେ ସୁରକ୍ଷିତ ରଖିଥିଲା ବେଳେ ଦ୍ୱିତୀୟ ପାଳିରେ ମଧ୍ୟ ସ୍ଥାନ ପାଇଛନ୍ତି । ବାଲେଶ୍ୱରରେ ବିଜେଡିର ହେବିୱେଟ ସାଂସଦ ରବୀନ୍ଦ୍ର ଜେନାଙ୍କୁ ପରାସ୍ତ କରି ଲୋକସଭା ଯାଇଥିବା ପ୍ରତାପ ଷଡଙ୍ଗୀ ମଧ୍ୟ ବାଜି ମାରି ନେଇଛନ୍ତି । ମୋଦି ତାଙ୍କୁ ନିଜର ସହଯୋଗୀ ଭାବେ ବାଛି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ।