ରାଜ୍ୟସଭାରୁ ଇସ୍ତଫା ଦେବେ ପ୍ରଶାନ୍ତ ନନ୍ଦ !
ରାଜ୍ୟସଭାରୁ ଇସ୍ତଫା ଦେବେ ପ୍ରଶାନ୍ତ ନନ୍ଦ !
admin
Mar 22, 2019 - 10:16
Updated: Mar 22, 2019 - 10:16
ଭୁବନେଶ୍ୱର : ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଖୁବଶୀଘ୍ର ନିଜ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରଶାନ୍ତଙ୍କ ପୁଅ ଋଷଭ ନନ୍ଦ ବିଜେପିରେ ଯୋଗ ଦେଇଥିବାବେଳେ ପଦରୁ ଇସ୍ତଫା ଦେବା ପାଇଁ ଶ୍ରୀ ନନ୍ଦଙ୍କ ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାପ ପ୍ରୟୋଗ କରିଥିବା ଜାଣିବାକୁ ମିଳିଛି ।
ସୂଚନାଯୋଗ୍ୟଯେ, ବେଗୁନିଆ ଆସନରୁ ନିଜ ପୁଅ ଋଷଭ ନନ୍ଦଙ୍କୁ ବିଜେଡ଼ି ଟିକେଟ ଦେବା ପାଇଁ ପ୍ରଶାନ୍ତ ଲବି କରୁଥିଲେ । ହେଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ରୋକଠୋକ ଭାବେ ମନା କରିଦେଇଥିଲେ । ଏମିତିକି ଟିକେଟ ପାଇବା ପାଇଁ ସେ ରାଜ୍ୟସଭା ପଦ ଛାଡ଼ିବାକୁ ପ୍ରସ୍ତୁତ ବୋଲି ପ୍ରଶାନ୍ତ ବିଜେଡ଼ି ସୁପ୍ରିମୋଙ୍କ ନିକଟରେ ଅଳି କରିଥିଲେ । ତେବେ ବେଗୁନିଆରୁ ପ୍ରଶାନ୍ତ ଜଗଦେ୍ଧବଙ୍କୁ ପ୍ରାର୍ଥୀ କରାଯିବ ବୋଲି ଜଣାପଡ଼ିବା ପରେ ତାଙ୍କ ପୁଅ ବାଧ୍ୟ ହୋଇ ଦଳ ଛାଡ଼ିଛନ୍ତି । ଗୋଟିଏ ପଟେ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ଲୋକସଭା ଆସନରେ ଲଢ଼ୁଥିବାବେଳେ ବିଜେପି ଟିକେଟରେ ସେ ବିଜୟୀ ହେବେବୋଲି ଋଷଭ ଧରି ନେଇଛନ୍ତି । ବିଜେପିରେ ଋଷଭ ଯେଉଁ କର୍ମୀମାନଙ୍କୁ ନେଇ ବିଜେପିରେ ମିଶିଲେ ସେମାନେ ପୂର୍ବରୁ ପ୍ରଶାନ୍ତ ନନ୍ଦଙ୍କ ସହ ଥିଲେ । ଫଳରେ ପ୍ରଶାନ୍ତଙ୍କ ସମର୍ଥନରେ ତାଙ୍କ ପୁଅ ଏଭଳି ଏକ ନିଷ୍ପତି ନେଇଛନ୍ତି ବୋଲି ବିଜେଡ଼ି ସୁପ୍ରିମୋ ସ୍ପଷ୍ଟ ହୋଇଯାଇଛନ୍ତି । ଗୋଟିଏ ପଟେ ପ୍ରଶାନ୍ତ ନନ୍ଦଙ୍କୁ ଦଳ ମୁଖ୍ୟ ମୁଖପାତ୍ର କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି । ତେବେ ଶ୍ରୀ ନନ୍ଦଙ୍କ ପୁଅ ବିଜେପିରେ ଯୋଗଦାନ କରିବା ଘଟଣାକୁ ଦଳ ସହଜରେ ଗ୍ରହଣ କରିପାରିନାହିଁ । ତାଙ୍କୁ ମିିଳିଥିବା ଜିଲ୍ଲା ଦାୟିତ୍ୱ ମଧ୍ୟ ଦଳ କାଢ଼ିନେବବୋଲି ଜାଣିବାକୁ ମିଳିଛି । ଇତିମଧ୍ୟରେ ପ୍ରଶାନ୍ତଙ୍କୁ ତୁରନ୍ତ ରାଜ୍ୟସଭା ପଦ ଛାଡ଼ିବାକୁ କୁହାଯାଇଥିବାବେଳେ ସେ କେବେ ପଦରୁ ଇସ୍ତଫା ଦେଉଛନ୍ତି ତାହା ଉପରେ ଏବେ ସଭିଙ୍କ ନଜର ରହିଛି ।
ଅପରପକ୍ଷରେ ବେଗୁନିଆରେ ପ୍ରଶାନ୍ତ ନନ୍ଦଙ୍କୁ ଜୋରଦାର ବିରୋଧ କରାଯାଉଛି । ତାଙ୍କ ଘର ଉପରକୁ ଅଣ୍ଡା ମାଡ଼ କରାଯାଇଥିବାବେଳେ କୁଶ ପୁତଳିକା ଦାହ କରାଯିବାକୁ ବେଗୁନିଆ ବିଜେଡ଼ି ନିଷ୍ପତି ନେଇଥିବା ଜାଣିବାକୁ ମିଳିଛି ।