ଜୟପୁର ମହିଳା ସମାବେଶରେ ରାହୁଲ

ଜୟପୁର ମହିଳା ସମାବେଶରେ ରାହୁଲ

ଜୟପୁର ମହିଳା ସମାବେଶରେ ରାହୁଲ
ଆଜି ଜୟପୁର ମହିଳା ସମାବେଶରେ ଯୋଗ ଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ମହିଳା ଦିବସରେ ମହିଳା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାହୁଲ । ଏହି ମହିଳା ସମାବେଶରେ ମହିଳାଙ୍କ ସହ ରାହୁଲଙ୍କର ସିଧା ସଳଖ ଆଲୋଚନା ଏବଂ ମହିଳାଙ୍କ ପ୍ରଶ୍ନର ଉତର ମଧ୍ୟ ରଖିଛନ୍ତି । ରାହୁଲ କହିଛନ୍ତି ଓଡିଶା ମନ୍ତ୍ରୀମଣ୍ଡଳରେ ମାତ୍ର ୨ଜଣ ମହିଳା ମନ୍ତ୍ରୀ ଅଛନ୍ତି । ଆମ ସରକାର ଆସିଲେ ମହିଳା ସଂରକ୍ଷଣ ବିଲ ଆଣିବ ଓ ଆଦିବାସୀଙ୍କୁ ମାଗଣାରେ ଉଚ୍ଚଶିକ୍ଷା ମିଳିବ । ଓଡିଶା ଗରିବ ନୁହେଁ ଲୋକ ଏଠି ଗରିବ ବୋଲି କହିଲେ ରାହୁଲ ଓଡିଶାରେ ପ୍ରଚୁର ଅର୍ଥ ଅଛି ହେଲେ ଲୋକଙ୍କୁ ମିଳୁନି । ସବୁ ଜିଲ୍ଲାରେ ଅତ୍ୟାଧୁନିକ ହସ୍ପଟିଲା ହେବା ଆବଶ୍ୟକ । ରାଫେଲ ଓ ନୀରବ ମୋଦୀଙ୍କ ପ୍ରସଙ୍ଗ ଉଠାଇଛନ୍ତି ରାହୁଲ । ରାଜ୍ୟରେ ମଦ ବନ୍ଦ ପାଇଁ ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କଲେ ମହିଳା ।