ନବ ନିର୍ମାଣ ମନା କଲା ଗାଁକୁ ଇଭିଏମ

ନବ ନିର୍ମାଣ ମନା କଲା ଗାଁକୁ ଇଭିଏମ

 ନବ ନିର୍ମାଣ ମନା କଲା ଗାଁକୁ ଇଭିଏମ
ଭୁବନେଶ୍ୱର: ଚାଷୀଙ୍କୁ ଭୁବନେଶ୍ୱର ଆସିବାରେ ବାଧା ସୃଷ୍ଟି କରାଯିବା ପରେ ନେତାଙ୍କୁ ଗାଁ ମନା କରିଥିବା ନବ ନିର୍ମାଣ କୃଷକ ସଂଗଠନ ଏବେ କଡ଼ା ରଣନୀତି ଅବଲମ୍ବନ କରିବାକୁ ଯାଉଛି । ଆସନ୍ତା ସାଧାରଣ ନିର୍ବାଚନରେ ସଂଗଠନ ପକ୍ଷରୁ ଅସହଯୋଗ କରାଯିବା ସହ ଆଇନ ଅମାନ୍ୟ ଆନେ୍ଦାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଫଳରେ ଗାଁକୁ ନେତା ଭଳି ଏବେ ଗାଁକୁ ଇଭିଏମ ମନା କରିଛି ନବ ନିର୍ମାଣ କୃଷକ ସଂଗଠନ । ଏ ସମ୍ପର୍କରେ ସୂଚନା ଦେଇ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇ କହିଛନ୍ତି ଯେ, ଗାଁକୁ ଇଭିଏମ ଓ ପୋଲିଂ ପାର୍ଟିକୁ ପୂରାଇ ନଦିଆଯିବାକୁ ସଂଗଠନ ନିଷ୍ପତ୍ତି ନେଇଛି । ଚାଷୀମାନେ ରାସ୍ତାରେ ଶୋଇ ନିର୍ବାଚନ ଗାଡ଼ିକୁ ଅଟକାଇବେ । ଆସନ୍ତାକାଲି ଠାରୁ ଗାଁ ଗାଁ ସାର୍ବଜନୀନ ପ୍ରସ୍ତାବ ପାରିତ ହେବ । ଲୋକଙ୍କ ପ୍ରସ୍ତାବ ନିର୍ବାଚନ କମିଶନ ଓ ରାଷ୍ଟ୍ରପତିଙ୍କୁ ପଠାଯିବ । ନିର୍ବାଚନ ପୂର୍ବରୁ ରାଜ୍ୟବ୍ୟାପୀ ଯାତ୍ରା ବାହାରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସୂଚନା ଦେଇଛନ୍ତି ।