୨୧ରେ +୨ କଳା, ବାଣିଜ୍ୟ ରେଜଲ୍ଟ

୨୧ରେ +୨ କଳା, ବାଣିଜ୍ୟ ରେଜଲ୍ଟ

୨୧ରେ +୨ କଳା, ବାଣିଜ୍ୟ ରେଜଲ୍ଟ
ଭୁବନେଶ୍ୱର: ଆସନ୍ତା ୨୧ ତାରିଖ ଦିନ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ୨୧ ତାରିଖ ଅପରାହ୍ନ ୩.୩୦ ମିନିଟରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । କଳାରେ ୨ଲକ୍ଷ ୩୫ ହଜାର୧୮୩ ଜଣ ପରୀକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ୨୭ ହଜାର ୨୭୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେହିପରି ଧନ୍ଦାମୂଳକ ଶିକ୍ଷାରେ ୮ ହଜାର ୫୮ ଜଣ ପିଲା ପରୀକ୍ଷା ଦେଇଥିଲେ ।