ରେଭେନ୍ସାର ନାମ ପରିବର୍ତନ ପ୍ରସଙ୍ଗ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କଟକ: ପୁଣି ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ପ୍ରସଙ୍ଗ ଉଠାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରେଭେନ୍ସା ସାହେବଙ୍କ ପାଇଁ ନ ଅଙ୍କ ଦୁର୍ଭିକ୍ଷ ପଡିଥିଲା। ଯାହା ଫଳରେ ଲକ୍ଷାଧିକ ଲୋକଙ୍କ ମୃତୁ ହେଇଥିଲା। ତାଙ୍କ ନାଁରେ ବିଶ୍ୱବିଦ୍ୟାଳୟର ନାମକରଣ ହେବା ଅନୁଚିତ। ଏହାକୁ ପରିବର୍ତନ କରିବା ଦରକାର। ଏବଂ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଅନ୍ୟପଟେ ଏହି ରେଭେନ୍ସା ରେ ପଢ଼ୁଥିବା ଛାତ୍ରଛାତ୍ରୀ ମାନେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କ ମନ୍ତବ୍ୟ କୁ ନିନ୍ଦା କରିବା ସହ ରେଭେନ୍ସା ର ନାମ ଯେପରି ରହିଛି ସେପରି ରହିବା ଆବଶ୍ୟକ ବୋଲି କହିଛନ୍ତି। କାହିଁକି ନା ଏହା ହେଉଛି ଆମର emotion । ନ ଅଙ୍କ ଦୁର୍ଭିକ୍ଷ ସମୟରେ ଯାହା ହେଇଥିଲା ତାହା ତ ଅତୀତ। କିନ୍ତୁ ବର୍ତ୍ତମାନ ଯେଉଁ ସ୍ତରରେ ରେଭେନ୍ସା ରହିଛି ବର୍ତ୍ତମାନ ନାମ ପରିବର୍ତ୍ତନ କରିବା କେବେବି ଗ୍ରହଣୀୟ ନୁହେଁ । ବିଶେଷକରି ହଷ୍ଟେଲ ରେ ଅନେକ ସମସ୍ୟା, ଜଳବନ୍ଦୀ ସମସ୍ୟା ରହୁଛି। ତାହା ଉପରେ ଦୃଷ୍ଟି ନ ଦେଇ ନାଁ ପରିବର୍ତ୍ତନ କରିଦେଲେ ବିକାଶ ହେଇଯିବ କି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।