ସ୍ୱାୟତ୍ତ ଶାସନ ଦିବସ ଅବସରରେ ପ୍ରକଳ୍ପ ଓ଼ ଶିଳାନ୍ୟାସର ଉଦଘାଟନ
ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ରେ ଆଜି ଏକାଧିକ ପ୍ରକଳ୍ପ ର ଉଦଘାଟନ ଓ଼ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି.କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମ ରେ ଉଦଘାଟକ ଭାବରେ ଯୋଗ ଦେଇଥିବା ବେଳେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ. ଅନ୍ୟତମ ଅତିଥି ଭାବରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ,ଲୋକସଭା ସାଂସଦ ଭର୍ତ୍ତ୍ତୃହରି ମହତାବ ବିଧାୟକ ଇ ସୋଫିଆ ଫିର୍ଦୋଷ,ସୌ୍ଭିକ ବିଶ୍ୱାଳ, ଇ ପ୍ରକାଶ ସେଠି, ସାରଦା ପ୍ରଧାନ ଜିଲ୍ଲାପାଳ ଦତ୍ତାତ୍ରେୟ ବହୁସାହେବ ସିନ୍ଧେ ପ୍ରମୁଖ ଉପସ୍ଥିତ ଥିଲେ.ମେୟର ଏ ସମସ୍ତ କାର୍ଯ୍ୟକ୍ରମ ରେ ଅଧକ୍ଷତା କରିଥିଲେ.ପ୍ରଥମେ ଖାନନଗର ସବ ଦାହ ଗ୍ୟାସ ଚୁଲା,ପରେ ପରେ ବକ୍ସି ବଜ଼ାର ରେ ବକ୍ସି ଜଗବନ୍ଧୁ ଙ୍କ ପ୍ରତିମା,ଦରଘା ବଜ଼ାର ରେ ନେତାଜୀ ବାଖ୍ୟାନ କେନ୍ଦ୍ର ଓ଼ ଶେଷ ରେ ଆର୍ଟ ଗ୍ୟାଲେରୀ ଉଦଘାଟନ କରିଥିଲେ. ତେବେ ଏହି କାର୍ଯ୍ୟକ୍ରମ ରେ ଉଭୟ ବିଜେଡି ଓ଼ ବିଜେପି ଦଳ ର କର୍ମୀ ମାନେ ଜୟ ଜଗନ୍ନାଥ ଓ଼ ଜୟ ଶ୍ରୀରାମ ନାରାବାଜି କରି ମାହୋଲ କୁ ରାଜନୈତିକରଣ କରିବାକୁ ଚେଷ୍ଟା କରିଥିଲେ. ବକ୍ସି ବଜ଼ାର ନିକଟରେ ଉଭୟଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ଉପୁଜିଥିଲା.ଏପଟେ ପୁରୁଣା ଜେଲ ସମ୍ମୁଖରେ ରେ ଆୟୋଜିତ ସାଧାରଣ ସଭା ରେ ନେତାଙ୍କ ମଧ୍ୟରେ ରାଜନୈତିକ ବୟନବାଜୀ ଶୁଣିବାକୁ ମିଳିଥିଲା.ରାଜ୍ୟ ସଭା ସାଂସଦ ଦେବାଶିଷ ସାମନ୍ତରାୟ ନବୀନ ପଟ୍ଟନାୟକ ସିପେହି ବିଦ୍ରୋହ କୁ ଦେଶ ର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା କରିବାକୁ କେନ୍ଦ୍ର ନିକଟରେ ପ୍ରଥମେ ଦାବି କରିଥିଲେ, ଏ ସହର ବିକାଶ ପକ୍ରିୟା ତାଙ୍କରି ଦ୍ଵାରା ଆରମ୍ଭ ହୋଇଥିବା କହିବା ସହିତ ବାଲିଯାତ୍ରା ଉତ୍ସବକୁ ଜାତୀୟ ମାନ୍ୟତା, ମେଟ୍ରୋ ପାଇଁ ଅର୍ଥ ବରାଦ, ନେତାଜୀ ଜନ୍ମ ବେଙ୍ଗଲକୁ ନେଇ ଥିବା ଭ୍ରାନ୍ତି ଦୂର ପାଇଁ ଧର୍ମେନ୍ଦ୍ର ପଦକ୍ଷେପ ନେବା ସହିତ ଏ ପୁରାତନ ସହର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ସେ ମଞ୍ଚରେ ଦାବି କରିଥିଲେ.ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦେବା ନେଇ ଉଭୟ ରାଜ୍ୟ ଓ଼ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଉଦ୍ୟମ ହେବ ବୋଲି କହିବା ସହିତ ମେଟ୍ରୋ ପାଇଁ ଏବେ କିଛି ଅର୍ଥ ବରାଦ ର ବ୍ୟବସ୍ଥା ନାହିଁ, ତେବେ ଆଗକୁ ଏନେଇ ଚିନ୍ତା କରାଯିବ ସେ କହିଛନ୍ତି. କଟକ ର ବିକାଶ ପାଇଁ ବିଭାଗୀୟ ମନ୍ତ୍ରୀ ବିଧାୟକ ଓ଼ ଜିଲ୍ଲାପାଳ ବସି ଯୋଜନା କରିବା ସହିତ ବିହିତ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି. ବିଧାୟିକା ସୋଫିଆ ଫିର୍ଦୋଷ ସମସ୍ତ ପ୍ରକଳ୍ପ ବେଶ ଭଲ ହୋଇଛି, ଏହା କଟକ ର ଆକର୍ଷଣ କୁ ବଢାଇବ,ତେବେ ଏହାର ରାକ୍ଷଣବେକ୍ଷଣ ଜରୁରୀ ବୋଲି ସେ କହିଛନ୍ତି.