ଓଡ଼ିଶାରୁ ବିଜେପିର ସଦସ୍ୟ ହେବେ ଶିବରାଜ

ଓଡ଼ିଶାରୁ ବିଜେପିର ସଦସ୍ୟ ହେବେ ଶିବରାଜ

ଓଡ଼ିଶାରୁ ବିଜେପିର ସଦସ୍ୟ ହେବେ ଶିବରାଜ
ଭୁବନେଶ୍ୱର: ବିଜେପିର ସଭ୍ୟ ସଂଗ୍ରହ ଅଭିଯାନ ପରିପ୍ରେକ୍ଷୀରେ ଓଡ଼ିଶା ଆସିବେ ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ । ଖାଲି ଓଡ଼ିଶା ଆସିବେ ନାହିଁ ଓଡ଼ିଶାରୁ ସଦସ୍ୟ ମଧ୍ୟ ହେବେ । ଆସନ୍ତା ୧୦ ତାରିଖ ଦିନ ଶ୍ରୀ ଚୌହାନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଶ୍ରୀ ଚୌହାନ ଖୋର୍ଦ୍ଧାର ଏକ ବୁଥରୁ ସଦସ୍ୟ ହେବେ ବୋଲି ଓଡ଼ିଶା ବିଜେପିର ବରିଷ୍ଠ ନେତା ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଶ୍ରୀ ହରିଚନ୍ଦନଙ୍କ ସୂଚନା ଅନୁଯାୟୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପୁଣି ଥରେ ଓଡ଼ିଶାରୁ ସଦସ୍ୟ ହୋଇପାରନ୍ତି । ଅନ୍ୟପକ୍ଷରେ ଶିବରାଜ ସିଂ ଚୌହାନ ଓଡ଼ିଶାରେ ୨ ଦିନ ରହି ସଭ୍ୟ ସଂଗ୍ରହ ଅଭିଯାନର ତଦାରଖ କରିବେ । ବର୍ତ୍ତମାନ ବିଜେପିର ୨୦ ଲକ୍ଷ ସଦସ୍ୟ ଥିବାବେଳେ ଏହାକୁ ୫୦ ଲକ୍ଷକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶିବରାଜ ସିଂ ଚୌହାନ ବିଜେବି ସଦସ୍ୟ ସଂଗ୍ରହ ଅଭିଯାନର ରାଷ୍ଟ୍ରୀୟ ପ୍ରଭାରୀ ଅଛନ୍ତି ।