କେନ୍ଦ୍ରାଚଂଳ ଆଇଜି କରିବେ ତଦନ୍ତ ତଦାରଖ

କେନ୍ଦ୍ରାଚଂଳ ଆଇଜି କରିବେ ତଦନ୍ତ ତଦାରଖ

କେନ୍ଦ୍ରାଚଂଳ ଆଇଜି କରିବେ ତଦନ୍ତ ତଦାରଖ
ଭୁବନେଶ୍ୱର: ଖୋର୍ଦ୍ଧାରେ ୪ଟି ସ୍ୱତନ୍ତ୍ର ପୁଲିସ ଟିମ ଗଠନ କରାଯାଇଛି । ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣା ପରେ ପୋଲିସ ଏହି ଟିମ ଗଠନ କରିଛି। ଘଟଣାର ତଦନ୍ତ ତଦାରଖ କରୁଥିବା କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ସୂଚନା ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ସାଇବର ସେଲ ଓ ସାଇଣ୍ଟିଫିକ ଟିମର ସହାୟତା ନିଆଯାଇଛି । ଖୋର୍ଦ୍ଧା ବିଜେପି ପ୍ରାର୍ଥୀଙ୍କୁ ପୁଲିସ ସୁରକ୍ଷା ଦିଆଯିବ । ପ୍ରାର୍ଥୀଙ୍କ ସହ ୨ ଜଣ ସୁରକ୍ଷା କର୍ମୀ ନିୟୋଜିତ ରହିବେ । ଅନ୍ୟ ଯେଉଁ ପ୍ରାର୍ଥୀ ସୁରକ୍ଷା ମାଗିବେ, ସେମାନଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯିବ । ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଖୁବଶୀଘ୍ର ଧରାଯିବ ବୋଲି କହିଲେ ପ୍ରିୟଦର୍ଶୀ ।