ପଢିବାର ସଠିକ ସମୟ ବିଷୟରେ ଆସନ୍ତୁ ଜାଣିବା

ପଢିବାର ସଠିକ ସମୟ ବିଷୟରେ ଆସନ୍ତୁ ଜାଣିବା

ପଢିବାର ସଠିକ ସମୟ ବିଷୟରେ ଆସନ୍ତୁ ଜାଣିବା
ସମସ୍ତ ପ୍ରକାର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ପ୍ରସ୍ତୁତି ପର୍ବରେ ଦିନକୁ ୧୦-୧୨ ଘଣ୍ଟା ପଢ଼ିବା ଠାରୁ କମ୍ ହେବା ଉଚିତ ନୁହେଁ । ସବୁ ଛାତ୍ର ଅଳ୍ପ ବହୁତେ ସମାନ । ପରୀକ୍ଷାରେ ନମ୍ବର ହାସଲ କରିବା ହେଉଛି, କେଉଁଛାତ୍ର ନିର୍ଦ୍ଧିଷ୍ଟ ବିଷୟକୁ କେତେ ଅଧିକ ଥର ପଢ଼ିଛି । କାରଣ ମନେ ରଖିବା ହେଉଛି ଏକ ଶାରୀରିକ କି୍ରୟା । ସେଥିପାଇଁ ଆମ ଶରୀରର ମସ୍ତିଷ୍କ ଓ ସ୍ନାୟୁତନ୍ତ୍ର ଦାୟୀ । ଥରେ ପଢ଼ିଲେ ପାଠ ଏକାଥରକେ ମନେ ରହେ ନାହିଁ । ଦୀର୍ଘଦିନ ପର୍ଯ୍ୟନ୍ତ ଗୋଟିଏ ପାଠ ମନେ ରଖିବା ପାଇଁ ଅତି କମ୍ରେ ଏହାକୁ ଦଶ ଥର ପଢ଼ିବା ଦରକାର । ଉଦାହରଣ ସ୍ୱରୂପ ତୁମେ ତୁମର ବାପାଙ୍କର ନାମ କେବେ ବି ଭୁଲିବ ନାହିଁ । କାରଣ ଶିଶୁ ଅବସ୍ଥାରୁ ତୁମକୁ ଅନେକ ଥର ତୁମର ବାପାଙ୍କର ନାମ ପଚରାଯାଇଛି । ତେଣୁ ସ୍ମରଣ ପ୍ରକି୍ରୟା ପାଇଁ ଆମ ଶରୀରର ମସ୍ତିଷ୍କ ସହିତ ଆଖି, କାନ, ନାକ, ଚର୍ମ ( ଲେଖିବା) ପରି ଗ୍ରାହ୍ୟଅଙ୍ଗ ସଂସ୍ଲିଷ୍ଟ । ଗୋଟିଏ ପାଠକୁ ୧୦ ଥର ପଢ଼ିଲେ ସମସ୍ତ ଗ୍ରାହ୍ୟଅଙ୍ଗର ସଠିକ୍ ପ୍ରଶିକ୍ଷଣ ବା ତାଲିମ ହୁଏ । ସେହି ବିଷୟରେ ଯେ କୌଣସି ପ୍ରକାର ପ୍ରଶ୍ନର ଉତ୍ତର ପାଇଁ ମସ୍ତିଷ୍କ ସବୁ ସମୟ ପାଇଁ ପ୍ରସ୍ତୁତ ଥାଏ । ଏସବୁ ଦୃଷ୍ଟିରେ ରଖି ପିଲାମାନେ ମାନସିକ ସ୍ତରରେ ସଜାଗ ରହିବା ସହ ପରୀକ୍ଷା ପାଇଁ ନିଜର ପ୍ରସ୍ତୁତି କରିଲେ ନିଶ୍ଚିତ ସୁଫଳ ପାଇପାରିବେ । ଛାତ୍ରଛାତ୍ରୀମାନେ ମାଟି୍ରକ ପରୀକ୍ଷା ପାଇଁ ଭୟଭୀତ ନ ହୋଇ ସୁସ୍ଥ ମନରେ ପ୍ରସ୍ତୁତ ହେବା ଆବଶ୍ୟକ । ଯାହା ଦ୍ୱାରା ଭଲ ଫଳ ମିଳିବ । ବିଶେଷ କରି ଏହି ସମୟରେ ଗୁରୁଜନମାନଙ୍କ ପରାମର୍ଶମାନିବା ନିହାତି ଦରକାର ।