ଚକର କରାମତି

ଚକର କରାମତି

ଚକର କରାମତି
ବିଦ୍ୟାଳୟ ଓ ମହାବିଦ୍ୟାଳୟ କଳାପଟା ନିମନ୍ତେ ଚକ୍ ଏକ ପ୍ରମୁଖ ଆବଶ୍ୟକତା । ଏହି ଚକ୍ ଖୁବ୍ ସାଧାରଣ ମନେ ହେଉଥିଲେ ମଧ୍ୟ ଏହାକୁ ଅନ୍ୟ କାମରେ ମଧ୍ୟ ଉପଯୋଗ କରିହେବ । ରୂପା ବାସନକୁ ଚମକାଇବାକୁ ଚାହୁଁଥିଲେ ଚକ୍ର ଉପଯୋଗ କରିପାରିବେ । ଚକ୍କୁ ଭଲ ଭାବେ ଗୁଣ୍ଡ କରି ରୂପା ବାସନ ରଖୁଥିବା ସ୍ଥାନରେ ଚାରିପା୍େ ପକାଇ ଦିଅନ୍ତୁ । ବ୍ୟବହାର କରିବା ପୂର୍ବରୁ ବାସନକୁ ପାଣିରେ ଭଲ ଭାବେ ଧୋଇ ନେବେ । କଳା, ଗ୍ରୀସ କିମ୍ବା ଅନ୍ୟ କୌଣସି ଗାଢ଼ ରଙ୍ଗର ଦାଗକୁ ପୋଷାକରୁ ଛଡ଼ାଇବାକୁ ଚାହୁଁଥିଲେ ସେହି ସ୍ଥାନରେ ଚକ୍କୁ ଭଲ ଭାବେ ଘଷିନେବେ । ୧ ଘଣ୍ଟା ପୋଷାକକୁ ସେହିପରି ରଖିବେ ଓ ପରେ ଭଲ ଭାବେ ଲୁଗା ସଫା ପାଉଡର କିମ୍ବା ସାବୁନ ବ୍ୟବହାର କରି ସଫା କରିନିଅନ୍ତୁ । ଦାଗ ଦୂରେଇ ଯିବ । କେତେ ଜଣଙ୍କ ଘରେ ଲଣ୍ଡି୍ର ବ୍ୟାଗରେ ସପ୍ତାହେ ପୋଷାକ ରଖିବା ପରେ ତାହା ସଫା କରାଯାଏ । ଏଭଳି ସ୍ଥିତିରେ ଲଣ୍ଡି୍ର ବ୍ୟାଗରେ ଅପରିଷ୍କାର ପୋଷାକ ରହିବା କାରଣରୁ ଦୁର୍ଗନ୍ଧ ବାହାରେ । ଏହାର ସରଳ ସମାଧାନ ହେଉଛି ଲଣ୍ଡି୍ର ବ୍ୟାଗରେ କିଛି ଚକ୍ ରଖି ଦିଅନ୍ତୁ । ଦେଖିବେ ଆଉ ପୂର୍ବ ପରି ଦୁର୍ଗନ୍ଧ ହେବ ନାହିଁ । ପିମ୍ପୁଡି ଓ ଜନ୍ଦାରୁ ରକ୍ଷା ପାଇବାକୁ ଚହୁଁଥିଲେ ରୋଷେଇ ଘରେ ଚକ୍ ଗାର ଟାଣି ଦିଅନ୍ତୁ । ଦେଖିବେ କିଛି ମିନିଟ୍ ଜନ୍ଦା ପିମ୍ପୁଡ଼ି ଦୂରେଇ ଯିବେ ।