ପ୍ରାକ୍ ଶୀତ

ପ୍ରାକ୍ ଶୀତ

ପ୍ରାକ୍ ଶୀତ
ଆଉ କେତେଟା ଦିନ ପରେ ଶୀତର ପ୍ରଥମ ପରଶ ଅନୁଭବ ହେବ । ଶୀତ ଋତୁରେ ତ୍ୱଚା ଓ କେଶର ଯତ୍ନ ନେବା ଖୁବ୍ ଜରୁରୀ । ନଚେତ୍ ବିଭିନ୍ନ ସମସ୍ୟା ଉପୁଜିପାରେ । ଏବେଠାରୁ ନିୟମିତ ଭାବେ ସ୍ନାନ ପରେ ମଏଶ୍ଚରାଇଜର ଓ ବଡ଼ି ଲୋସନ ଲଗାନ୍ତୁ । ବଜାରରେ ଓ ଅନଲାଇନ ସାଇଟରେ ନାମୀଦାମୀ ବ୍ରାଣ୍ଡର ଭଳିକିଭଳି ବଡ଼ିଲୋସନମାନ ମିଳୁଛି । କିଣିବା ପୂର୍ବରୁ ପ୍ରଥମେ ପରଖିନେବେ ଯେଂ ସେହି ବଡିଲୋସନରେ ଶିୟା ବଟର, କୋକୋୟା ବଟର, ନାଚୁରାଲ ଅଏଲ୍ସ, ଅଲିଭ ତେଲ, ବାଦାମ ତେଲ ତତ୍ତ୍ୱମାନ ଯେପରି ଥିବ । ବଡ଼ିଲୋସନ ଡବାର ପଛପାଖେ ଏସବୁ ଉଲ୍ଲେଖ ଥାଏ । ଏସବୁ ପ୍ରକାର ତତ୍ତ୍ୱ ଥିଲେ ହିଁ ଆପଣ କିଣନ୍ତୁ । ଶୀତର ପ୍ରକୋପରେ ତ୍ୱଚାର ଭାଙ୍ଗ ହୋଇଥାଏ । କିନ୍ତୁ ବଡ଼ିବଟର ତତ୍ତ୍ୱ ତ୍ୱଚାକୁ ରକ୍ଷା କରିଥାଏ ବୋଲି ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ । ଶୀତଦିନେ ଅଧିକ ପାଣି ପିଇବାକୁ ଆଦୌ ଇଚ୍ଛା ହୋଇନଥାଏ । ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଶୀତ ଦିନେ ୨୯% ଲୋକେ ଦିନକୁ ୧ ଗିଲାସ ପାଣି ପିଇ ରହିଯାନ୍ତି । ଶରୀରରେ ଜଳୀୟ ଅଂଶ ଅଭାବରୁ ମଧ୍ୟ ତ୍ୱଚା ଓ କେଶ ଉପରେ କୁ ପ୍ରଭାବ ପଡେ଼ । ଏଣୁ ଅତି କମ୍ରେ ୭-୮ ଗିଲାସ ପାଣି ପିଇବାର ଅଭ୍ୟାସ ରଖନ୍ତୁ । ଏଇ ଋତୁରେ ତ୍ୱଚାରେ ମୃତକୋଷିକାର ପରସ୍ତ ବସିଯାଏ ଯାହା କାରଣରୁ ତ୍ୱଚା ମଳିନ ପଡ଼ିଯାଏ । ଏଥିରୁ ବର୍ତ୍ତିବାକୁ ଚାହୁଁଥିଲେ ସପ୍ତାହରେ ଥରେ କିମ୍ବା ଦୁଇଥର ସ୍କ୍ରବ୍ କରିପାରିବେ । ଭଲ କମ୍ପାନୀର ସ୍କ୍ରବ କିଣି ବ୍ୟବହାର କରନ୍ତୁ । ନଚେତ୍ ଘରେ ଚାଉଳ ଗୁଣ୍ଡରେ ଖିର କିମ୍ବା ଦହି ମିଶାଇ ସ୍କ୍ରବ ଭଳି ଉପଯୋଗ କରନ୍ତୁ । ଶୀତଦିନେ ଯେ କୌଣସି ପ୍ୟାକ୍ ଲଗାଇବା ବେଳେ ସେଥିରେ ଅଧଚାମଚ ବାଦାମ କିମ୍ବା ଅଲିଭ ତେଲ ମିଶାନ୍ତୁ । ଏହା ତ୍ୱଚାକୁ ପୋଷକ ତତ୍ତ୍ୱ ଯୋଗାଇଥାଏ ।