ପ୍ଲାଷ୍ଟିକ ବ୍ୟବହାର କରୁଥିଲେ ସାବଧାନ ରୁହନ୍ତୁ
ପ୍ଲାଷ୍ଟିକ ବ୍ୟବହାର କରୁଥିଲେ ସାବଧାନ ରୁହନ୍ତୁ
admin
Jan 21, 2020 - 15:35
Updated: Jan 21, 2020 - 15:35
ପ୍ଲାଷ୍ଟିକ ଯେ କୌଣସି ଜିନିଷ ବ୍ୟବହାର କରୁଥିଲେ ସତର୍କ ଓ ସାବଧାନ ହୋଇଯାନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ସହ ଆଗାମୀ ପିଢ଼ିର ସ୍ୱାସ୍ଥ୍ୟ ଅବନତିର ମୁଖ୍ୟ କାରଣ ହୋଇପାରେ । ଇଉରୋପୀୟ ଓ ଆମେରିକୀୟ ରାଷ୍ଟ୍ରରେ ପ୍ଲାଷ୍ଟିକ ବ୍ୟବହାର ନେଇ କଡ଼ା ନିୟମ ପ୍ରଣୟନ କରାଯାଇଥିବା ବେଳେ ଭାରତର ମହାନଗରୀଗୁଡ଼ିକରେ ମଧ୍ୟ ଲୋକେ ସତର୍କ ହେଉଥିବାର ଦେଖାଯାଉଛି । ପ୍ଲାଷ୍ଟିକ ପଲିଥିନର ବ୍ୟବହାରରେ ଅନେକ ନିୟନ୍ତ୍ରଣ ହୋଇଥିବା ବେଳେ ପ୍ଲାଷ୍ଟିକ ଷ୍ଟ୍ରର ଚାହିଦା ଓ ଉପଯୋଗିତା ଏ ପର୍ଯ୍ୟନ୍ତ କମ ହୋଇନାହିଁ । ବିଶେଷଜ୍ଞଙ୍କ ମତରେ ପ୍ଲାଷ୍ଟିକ ଷ୍ଟ୍ର ଉଭୟ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ କୁପ୍ରଭାବ ପକାଇଥାଏ । ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ନିୟମିତ ପ୍ଲାଷ୍ଟିକ ଷ୍ଟ୍ର ବ୍ୟବହାର କରୁଥିବା ଲୋକଙ୍କ ତ୍ୱଚାରେ ଶୀଘ୍ର ଭାଙ୍ଗ ପଡ଼ିଥାଏ । ଧୂମପାନ କଲେ ଯେପରି ଆମ ଓଠ ଓ ଆଖି ଚାରିପାଖେ କଳା ଦାଗ ପଡେ଼ ଓ ଠିକ୍ ସେଇପରି ପ୍ଲାଷ୍ଟିକ ଷ୍ଟ୍ର ବ୍ୟବହାର କଲେ ମଧ୍ୟ ଅସୁବିଧା ହୋଇଥାଏ ।
ପ୍ଲାଷ୍ଟିକ ଷ୍ଟ୍ରରେ ଆମେ ପାନୀୟ ଶୋଷି ପିଇବା ସମୟରେ ତାହାର କ୍ଷତିକାରକ ଗ୍ୟାସ ପେଟକୁ ଯାଇ ଅମ୍ଳ ସମସ୍ୟା ସୃଷ୍ଟି କରିବା ସହ ପେଟର ଅନ୍ୟ ରୋଗର କାରଣ ମଧ୍ୟ ହୋଇଥାଏ । ପିଲାମାନେ ପ୍ଲାଷ୍ଟିକ ଷ୍ଟ୍ର ଚୋବାଉଥିବାର ଦେଖାଯାଇଛି । ତାହା ସବୁଠୁ କ୍ଷତିକାରକ । ଏହା କାରଣରୁ କର୍କଟ ରୋଗ ହେବାର ଆଶାଙ୍କ ଥିବାର ଗବେଷକ ପ୍ରକାଶ କରିଛନ୍ତି ।
ଏହା କାରଣରୁ ଦାନ୍ତ ମାଢ଼ି ସମସ୍ୟା ମଧ୍ୟ ଉପୁଜିଥାଏ । ପିଲାଙ୍କ ଦାନ୍ତ ଖରାପ ହେଲେ ଆମେ ଭାବିଥାଉ ଚକୋଲେଟ ଅଧିକ ଖାଇବା କାରଣରୁ ସମସ୍ୟା ଉପୁଜିଛି । ପ୍ରକୃତରେ କିନ୍ତୁ ପ୍ଲାଷ୍ଟିକ ଷ୍ଟ୍ରରେ ପାନୀୟ ପିଇ ହିଁ ଦାନ୍ତ ସମସ୍ୟା ଦେଖାଯାଏ ।