କମ୍ପୋଜ ପୋଷ୍ଟ ପ୍ରଜେକ୍ଟ ନିର୍ମାଣକୁ ନେଇ ବିବାଦ
କମ୍ପୋଜ ପୋଷ୍ଟ ପ୍ରଜେକ୍ଟ ନିର୍ମାଣକୁ ନେଇ ବିବାଦ
admin
Jan 21, 2020 - 15:40
Updated: Jan 21, 2020 - 15:40
ବାରିପଦା(ଦିଲ୍ଲୀପ ମହାନ୍ତି) - ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୭ ମଧୁବନରେ କମ୍ପୋଜ ପୋଷ୍ଟ ପ୍ରଜେକ୍ଟ ନିର୍ମାଣକୁ ନେଇ ବିବାଦ ଦେଖା ଦେଇଛି । ବାରିପଦା ପୌରପରିଷଦରୁ ୨୫୫ ଲାଇସେନ୍ସ ନେଇ ଦୀର୍ଘ ୩୦/୪୦ ବର୍ଷରୁ ଅଧିକ ସମୟ ଧରି ବ୍ୟବସାୟ ଚଳାଇ ନଜର ପରିବାର ଚଳାଇ ଆସୁଥିବା ବ୍ୟବସାୟୀମାନଙ୍କୁ କୌଣସି ନୋଟିସ ଦିଆନଯାଇ ସେମାନଙ୍କୁ ଉଚ୍ଛେଦ କରାଯାଇ ସହର ମଧ୍ୟରେ କମ୍ପୋଜ ପୋଷ୍ଟ ପ୍ରଜେକ୍ଟ ନିର୍ମାଣକୁ ବିରୋଧ କରି ଶତାଧିକ ବ୍ୟବସାୟୀ ବାରିପଦା ପୌର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶଙ୍କୁ ସାକ୍ଷାତ କରି ପ୍ରଥମେ ଥଇଥାନ ପରେ ପ୍ରଜେକ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି ଦାବି କରିଥିଲେ । ସେମାନଙ୍କ ଦାବିକୁ ଅଣଦେଖା ପ୍ରଦର୍ଶନ କରି ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ପରିସ୍ଥିତି ଭୟାବହ ହେବ ଏବଂ ଏଥି ନିମନ୍ତେ ପୌର ନିର୍ବାହୀ ଅଧିକାରୀ ଉତ୍ତରଦାୟୀ ରହିବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ । ବାରିପଦା ମଧୁବନ ଗେରେଜ ଆସୋସିଏସନର ସଭାପତି ତଥା ପୂର୍ବତନ କାଉନସିଲର ପ୍ରଦୋଷ ଦାସଙ୍କ ଅଭିଯୋଗ ଆଧାରରେ ବାରିପଦା ପୌରପରିଷଦରେ କାଉନସିଲ ବୋଡର଼୍ ନଥିବାରୁ ପୌରପରିଷଦ ସ୍ୱେଚ୍ଛାଚାରୀ ହୋଇ ମନମୁଖୀ କାର୍ଯ୍ୟ ଚଳାଇଛନ୍ତି । ମଧୁବନରେ ପ୍ରାୟ ୭୦ରୁ ଅଧିକ ଗେରେଜ , ୫ରୁ ଅଧିକ ହୋଟେଲ ଓ ୧୫ରୁ ଅଧିକ ପାନ ଦୋକାନୀ ଦୀର୍ଘ ୩୦/୪୦ ବର୍ଷ ଧରି ବ୍ୟବସାୟ କରି ନିଜର ପରିବାର ଭରଣପୋଷଣ କରିଆସୁଛନ୍ତି । ହଠାତ୍ ଗତ କାଲି ନିର୍ବାହୀ ଅଧିକାରୀ ମଧୁବନକୁ ଯାଇ ସେଠାରେ ମାପଚୁପ କରି କମ୍ପୋଜ ପୋଷ୍ଟ ପ୍ରଜେକ୍ଟ ଓ ପାର୍କ ନିର୍ମାଣ କରିବାକୁ ଯାଉଛନ୍ତି । କିନ୍ତୁ, ନିର୍ବାହୀ ଅଧିକାରୀ କୌଣସି ଦୋକାନୀ ସହ ଆଲୋଚନା କରି ନାହାନ୍ତି, ଅଥବା ବ୍ୟବସାୟୀମାନଙ୍କୁ କୌଣସି ନୋଟିସ ନ ଦେଇ ଓ ପ୍ରଜକ୍ଟେ ନିର୍ମାଣକୁ ନେଇ କୌଣସି ସୂଚନା ଫଳକ ନ ଲଗାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି । ପୌରପରିଷଦର ଉନ୍ନୟନ ମୂଳକ କାର୍ଯ୍ୟକୁ ଆମେ ସ୍ୱାଗତ କରୁଛୁ, ମାତ୍ର ପ୍ରଥମେ ଥଇଥାନ ଓ ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ ବୋଲି କହିଥିଲେ । ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀହରି ବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ସେବାୟତ ମୃତୁ୍ୟଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ ବାରିପଦା ପୌରପରିଷଦ ଏକ ଜବରଦଖଲକାରୀ । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହ ମିଶ୍ରଣ ଓ ମୟୂରଭଞ୍ଜ ଓଡ଼ିଶା ପ୍ରଦେଶର ସ୍ୱତନ୍ତ୍ର ଜିଲ୍ଲା ଭାବେ ଶାଶିତ ହେବା ସମୟରେ ତକ୍ରାଳୀନ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ରାଜଦରବାର ସମୟରେ ରହିଥିବା ମଠ ମନ୍ଦିରର ପରିଚାଳନା ନିମନ୍ତେ ୪୪ ହଜାରରୁ ଅଧିକ ସମ୍ପତ୍ତି ଛାଡ଼ି ଦେଇଯାଇଥିଲେ । ମହାପ୍ରଭୂଙ୍କ ନାମରେ ଥିବା ସମ୍ପତ୍ତିକୁ ଚଞ୍ଚକତା କରି ପୌରପରିଷଦ ନିଜ ନାମକୁ କରାଇ ନେଇଛି । ମଧୁବନରେ ଯେଉଁ ଜମିକୁ ପୌରପରିଷଦ ନିଜର ବୋଲି ଦାବି କରୁଛି ତାହା ସେଟେଲମେଣ୍ଟ ସମୟରେ ନିଜ ନାମକୁ କରାଇ ନେଇଛି । ମହାପ୍ରଭୂଙ୍କ ସମ୍ପତ୍ତି ପୂର୍ନଉଦ୍ଧାର ସହ ଅନ୍ୟାନ୍ୟ ଦାବିକୁ ନେଇ ସେବାୟତମାନେ ଆନେ୍ଦାଳନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ, ଆଇନ ମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଅଣ୍ଡୋମେଣ୍ଟ କମିଶନ ପ୍ରମୁଖ ଏଦିଗରେ ବିହିତ ପଦକ୍ଷେପ ଗ୍ରହô କରିବାର ନିର୍ଭର ପ୍ରତିଶ୍ରୁତି ଦେଇଥିବା ବେଳେ ବାରିପଦା ପୌର ନିର୍ବାହୀ ଅଧିକାରୀ ଦେବୋତ୍ତର ସମ୍ପତ୍ତି ଉପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ବୋଲି କହିଛନ୍ତି । ବାରିପଦା ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ଦାଶ ଉକ୍ତ ସମ୍ପତ୍ତି ପୌରପରିଷଦର ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ପୌରପରିଷଦର ନଗରପାଳ ଦାୟିତ୍ୱରେ ରହିଥିବା ଜିଲ୍ଲାପାଳଙ୍କ ସହ ବ୍ୟବସାୟୀମାନଙ୍କ ଦାବି ଓ ସମସ୍ୟାକୁ ନେଇ ଆଲୋଚନା କରିଛି । ବ୍ୟବସାୟୀମାନଙ୍କୁ ଥଇଥାନ କରାଯିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ । ମଧୁବନରେ କମ୍ପୋଜ ପୋଷ୍ଟ ପ୍ରଜେକ୍ଟ ନିର୍ମାଣକୁ ନେଇ ବିଭିନ୍ନ ମହଲରେ ପୌର ନିର୍ବାହୀ ଅଧିକାରୀଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ଦୁଇଟି କମ୍ପୋଜ ପୋଷ୍ଟ ପ୍ରଜେକ୍ଟର ନିର୍ମାଣ ଗୋଟାଏ ସ୍ଥାନରେ ହେବା କଥା । କୌଣସି କାରଣରୁ ନିର୍ବାହୀ ଅଧିକାରୀ ଏହାକୁ ଅଲଗା ଅଲଗା ଟେଣ୍ଡର ଡ଼କାଇ ଗୋଟାଏ ସହର ଉପକଣ୍ଠ ମଇଳା ଖାଦାନ ପରିସରରେ ବସାଇଥିବା ବେଳେ ଅନ୍ୟଟି ସହରର ଜନବସତି ଅଞ୍ଚଳ ମଧୁବନରେ ଆରମ୍ଭ କରିବାକୁ ଯାଇଛନ୍ତି । ଫଳରେ ପରିବେଶ ପ୍ରଦୋଷିତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବାର ଅଭିଯୋଗ ହେଉଛି । ତେଣୁ ପୌର ନିର୍ବାହୀ ଅଧିକାରୀ ଏଥିପ୍ରତି ଯତ୍ନବାନ ନ ହେଲେ ଏହାର କୁପ୍ରଭାବ ଆସନ୍ତା ପୌର ନିର୍ବାଚନରେ ପ୍ରତିଫଳିତି ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।