ଆର୍ଥିକ ମାନ୍ଦାବସ୍ଥାର ପ୍ରତିବାଦ କରିବ କଂଗ୍ରେସ: ନିରଞ୍ଜନ

ଆର୍ଥିକ ମାନ୍ଦାବସ୍ଥାର ପ୍ରତିବାଦ କରିବ କଂଗ୍ରେସ: ନିରଞ୍ଜନ

ଆର୍ଥିକ ମାନ୍ଦାବସ୍ଥାର ପ୍ରତିବାଦ କରିବ କଂଗ୍ରେସ: ନିରଞ୍ଜନ
ଭୁବନେଶ୍ୱର: ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଉଛି । ଏହି ବୈଠକରେ ସବୁ ରାଜ୍ୟର ପିସିସି ସଭାପତି, ସମ୍ପାଦକ ଓ ଛାମୁଆ ସଂଗଠକମାନେ ଉପସ୍ଥିତ ଅଛନ୍ତି । ତେବେ ବୈଠକରେ ଯୋଗଦେବା ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ସାମ୍ପ୍ରତିକ ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଦେଶବ୍ୟାପୀ ପ୍ରତିବାଦ କରାଯିବ । ଆର୍ଥିକ ମାନ୍ଦାବସ୍ଥାନେଇ ଓଡ଼ିଶାରେ ୪ ଦିନ ଧରି ପ୍ରତିବାଦ କରାଯିବ । ଆସନ୍ତା ୨୦ରୁ ୨୨ ଜିଲ୍ଲାସ୍ତରରେ ଓ ୨୩ରେ ଭୁବନେଶ୍ୱରରେ ପ୍ରତିବାଦ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।