ଏଣିକି ଥାନାକୁ ଆର୍ଥିକ ସହାୟତା ମିଳିବ

ଏଣିକି ଥାନାକୁ ଆର୍ଥିକ ସହାୟତା ମିଳିବ

ଏଣିକି ଥାନାକୁ ଆର୍ଥିକ ସହାୟତା ମିଳିବ
ଭୁବନେଶ୍ୱର: ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଥାନାଗୁଡ଼ିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସମ୍ପର୍କରେ ନିୟମିତ ଜନସାଧାରଣଙ୍କ ମତାମତ ନେଉଛନ୍ତି । ଥାନାଗୁଡ଼ିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବାର ଯୋଗାଇ ଦେଇପାରିବ ତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫ କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ଫଣ୍ଡ ମଞ୍ଜୁର କରିଛନ୍ତି । ତଦନୁଯାୟୀ ଭୁବନେଶ୍ୱର-କଟକ ପୁଲିସ କମିଶନରରେ ଥିବା ସମସ୍ତ ୪୪ଟି ଥାନା ପାଇଁ ମାସିକ ୪୦ ହଜାର ଟଙ୍କା ଲେଖାଏଁ ୧୪୨ଟି ସହରାଞ୍ଚଳ ଥାନା ପାଇଁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ଓ ୩୫୧ଟି ଗ୍ରାମାଞ୍ଚଳ ଥାନା ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି । ସେହିପରି ୪ଟି ମହିଳା ଥାନା, ୫ଟି ଟ୍ରାଫିକ ଥାନ, ୧୫ଟି ରେଳବାଇ ଥାନା, ୪ଟି ସାଇବର ଥାନା, ଗୋଟିଏ ଅର୍ଥନୈତିକ ଅପରାଧ ଥାନା, ଗୋଟିଏ ଏସଟିଏଫ ଥାନା, ଗୋଟିଏ ଏଚଆରପିସି ଥାନା, ଗୋଟିଏ କ୍ରାଇମବ୍ରାଞ୍ଚ ଥାନା ନିମନ୍ତେ ପ୍ରତ୍ୟେକଙ୍କୁ ମାସିକ ୩୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଥିବା ବେଳେ ରାଜ୍ୟର ଉପକୂଳରେ ଥିବା ୧୮ଟି ସାମୁଦ୍ରିକ ଥାନାଗୁଡ଼ିକ ପାଇଁ ମାସିକ ୨୦ ହଜାର ଟଙ୍କା ଲେଖାଏଁ ମଞ୍ଜୁର କରାଯାଇଛି ।