ସ୍କୁଲ ଯିବାକୁ ମିଳିବ ଯାତାୟତ ଖର୍ଚ୍ଚ :ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ଯିବାକୁ ମିଳିବ ଯାତାୟତ ଖର୍ଚ୍ଚ :ଗଣଶିକ୍ଷା ମନ୍ତ୍ରୀ

ସ୍କୁଲ ଯିବାକୁ ମିଳିବ ଯାତାୟତ ଖର୍ଚ୍ଚ :ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର: ୧୦ର କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡିକ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି । ବନ୍ଦ ହେଉଥିବା ସ୍କୁଲର ପିଲା ନିକଟ ସ୍କୁଲରେ ପାଠ ପଢିବାର ବ୍ୟବସ୍ଥା କରାଯିବ । ୧ କିମିରୁ ସ୍କୁଲ ଅଧିକ ଦୂର ହେଲେ ଯାତାୟାତ ଖର୍ଚ୍ଚ ସରାକର ଦେବେ ବୋଲି ଘୋଷଣା କରିଛି । ୭୫ %ରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬୦୦ ଟଙ୍କା , ବାର୍ଷିକ ୬ ହଜାର ଟଙ୍କା ମିଳିବ । ୫୦ରୁ ୭୫% ଉପସ୍ଥାନ ପାଇଁ ମାସକୁ ୪୦୦ ଟଙ୍କା, ବାର୍ଷିକ ୪ ହଜାର ଟଙ୍କା ମିଳିବ । ୩୦ରୁ ୫୦ % ଉପସ୍ଥାନ ପାଇଁ ମାସିକ ୩୦୦ ଟଙ୍କା, ବାର୍ଷିକ ୩ ହଜାର ଟଙ୍କା ଦିଆଯିବ । ୩୦%ରୁ କମ୍ ଉପସ୍ଥାନ ଥିଲେ ଯାତାୟତ ଖର୍ଚ୍ଚ ମିଳିବ ନାହିଁ । ଯାତାୟତା ଖର୍ଚ୍ଚ ଅଭିଭାବକଙ୍କ ଆକାଉଂଟକୁ ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।