ରାଜ୍ୟପାଳଙ୍କୁ ହେଲିକପ୍ଟର ଦେଲେନି ମମତା, ସଡ଼କ ପଥରେ ୬୦୦ କିମି ଗଲେ
ରାଜ୍ୟପାଳଙ୍କୁ ହେଲିକପ୍ଟର ଦେଲେନି ମମତା, ସଡ଼କ ପଥରେ ୬୦୦ କିମି ଗଲେ
admin
Nov 16, 2019 - 09:27
Updated: Nov 16, 2019 - 09:27
କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନ୍୍ଖଡ଼ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ପୁଣି ଥରେ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଧନଖଡ଼ ମୁର୍ଶିଦାବାଦରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ମମତା ସରକାରଙ୍କଠାରୁ ହେଲିକପ୍ଟର ଚାହିଥିଲେ । ଏନେଇ ରାଜ୍ୟ ସରକାରଙ୍କୁ ଆଗୁଆ ଅନୁରୋଧ କରାଯାଇଥିଲା । କିନ୍ତୁ ରାଜ୍ୟ ସରକାରଙ୍କଠାରୁ ଏ ସଂକ୍ରାନ୍ତରେ କୌଣସି ଉତ୍ତର ନ ମିଳିବାରୁ ଧନଖଡ଼ କୋଲକାତାରୁ ମୁର୍ଶିଦାବାଦ୍ ପର୍ଯ୍ୟନ୍ତ ୬୦୦ କିମି ରାସ୍ତା ସଡ଼କ ପଥରେ ଯାଇ ଫେରିଛନ୍ତି ।
ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ମଧ୍ୟ ହେଲିକପ୍ଟର ସଂକ୍ରାନ୍ତରେ ଅବଗତ କରାଯାଇଥିଲେ ମଧ୍ୟ ତାଙ୍କଠାରୁ କିଛି ଉତ୍ତର ମିଳିନାହିଁ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ଟିଏମ୍ସି ପକ୍ଷରୁ ରାଜ୍ୟପାଳଙ୍କ ଗସ୍ତ ପାଇଁ ହେଲିକପ୍ଟରର ଆବଶ୍ୟକତାକୁ ନେଇ ପ୍ରଶ୍ନ ଉଠାଯାଇଛି । ଏହା କେବଳ ସରକାରୀ ଅର୍ଥର ଅପବ୍ୟବହାର ବୋଲି ଟିଏମ୍ସି ପକ୍ଷରୁ କୁହାଯାଇଛି । ଉଲ୍ଲେଖଯୋଗ୍ୟ ଧନଖଡ଼ ଆଜି ପ୍ରଫେସର ସୟଦ ନୁରୁଲ୍ ହାସନ କଲେଜର ସିଲଭର ଜୁବ୍ଲି ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।