ମୋଦି ଜଣେ ଆତଙ୍କବାଦୀ : ନାଇଡୁ

ମୋଦି ଜଣେ ଆତଙ୍କବାଦୀ : ନାଇଡୁ

ମୋଦି ଜଣେ ଆତଙ୍କବାଦୀ : ନାଇଡୁ
ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଲ୍ଲାଲ ଦେବ ବୋଲି କହିବା ପରେ ନାଇଡୁ ମୋଦିଙ୍କୁ ଆତଙ୍କବାଦୀ କହିଛନ୍ତି । ସେ କହିଛନ୍ତି, ମୋଦି ଜଣେ କୁଖ୍ୟାତ ଆତଙ୍କବାଦୀ । ତେଣୁ ତାଙ୍କୁ ଭୋଟ୍ ଦେବା ଉଚିତ ନୁହେଁ । ସଂଖ୍ୟାଲଘୁ ଲୋକଙ୍କୁ ପରାମର୍ଶ ଦେଇ ନାଇଡୁ କହିଛନ୍ତି, ଯଦି ଆପଣମାନେ ମୋଦି ସପକ୍ଷରେ ଭୋଟ ଦିଅନ୍ତି, ତେବେ ଅନେକ ସମସ୍ୟା ଦେଖାଦେବ । ମୋଦି ତିନି ତଲାକ ବିଲ ଆଣି ମୁସଲିମ ଭାଇମାନଙ୍କୁ ଜେଲରେ ପୂରାଇବ ପାଇଁ ବନ୍ଦୋବସ୍ତ କରିଛନ୍ତି । ୨୦୦୨ ଗୁଜରାଟ ଦଙ୍ଗା ବେଳେ ମୋଦିଙ୍କ ଇସ୍ତଫା ପାଇଁ ପ୍ରଥମେ ମୁଁ ଦାବି କରିଥିଲି । ପରେ ଅଧିକାଂଶ ରାଜ୍ୟ ତାଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇଥିଲେ । କିନ୍ତୁ ସେ ପ୍ରଧାନମନ୍ତ୍ରୀ ହେବା ପରେ ସଂଖ୍ୟାଲଘୁଙ୍କୁ ଆକ୍ରମଣ ପାଇଁ ପୁଣି ଉଦ୍ୟମ ଆରମ୍ଭ କରିଦେଇଛି । ନିକଟରେ ମୋଦି ଟିଡିପି ମୁଖ୍ୟ ନାଇଡୁଙ୍କୁ ସମାଲୋଚନା କରି ତାଙ୍କୁ ୟୁ-ଟର୍ଣ୍ଣ ବାବୁ ବୋଲି କହିଥିଲେ । ଟିଡିପି ସରକାରଙ୍କ ପରିଚୟ ୟୁଟର୍ଣ୍ଣରେ ପରିଣତ ହୋଇଛି ବୋଲି ସେ କହିଥିଲେ ।