ଦିଲୀପ ରାୟ କୁଆଡେ ଯିବେ!
ଦିଲୀପ ରାୟ କୁଆଡେ ଯିବେ!
admin
Apr 4, 2019 - 10:35
Updated: Apr 4, 2019 - 10:35
ରାଉରକେଲା: ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେବାର ପ୍ରାୟ ୪ମାସ ବିତିବା ସତ୍ୱେ ଦିଲୀପ ରାଜନୈତିକ ପଦକ୍ଷେପ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ଭୁବନେଶ୍ୱରରେ କେତେକ ରାଜନେତାଙ୍କୁ ଭେଟିଥିବାବେଳେ ଆଜି ରାଉରକେଲାରେ ତାଙ୍କ ଅନୁଗତମାନଙ୍କ ସହ ଏକ ବୈଠକ ଆୟୋଜନ ଚାଲିଥିବାରୁ ଦିଲୀପ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରନ୍ତି । ପ୍ରକାଶ ଯେ ନିଜ ଅନୁଗତଙ୍କୁ କର୍ଣ୍ଣମନ୍ତ୍ର ଦେବା ଅନୁମାନ କରାଯାଉଛି । ଦିଲୀପଙ୍କ ଏହି ସନ୍ଦେଶ ରାଉରକେଲା ନିର୍ବାଚନମଣ୍ଡଳୀର ଭୋଟ ଫଳ ସକାଶେ ଗୁରୁତ୍ୱପୂର୍ଣ୍ଣ ହେବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ମୁଖ୍ୟତଃ ବିଜେଡି, କଂଗ୍ରେସ ଓ ବିଜେପିରେ ରହି ଆସିଥିବା ଦିଲୀପ ଏବେ କୌଣସି ଦଳରେ ନାହାନ୍ତି । ବିଜେପି ଦିଲୀପଙ୍କ ଇସ୍ତଫା ଗ୍ରହଣ କରିନଥିବା କହୁଥିଲେ ମଧ୍ୟ ଦିଲୀପଙ୍କ ପଟୁ ବିଜେପି ସହିତ କୌଣସି ସମ୍ପୃକ୍ତ ନେଇ ସ୍ୱକାର ବା ଅସ୍ୱକାର ହୋଇନାହିଁ । ଦିଲୀପ ଦୀର୍ଘ ଦିନର ନିରବତା ଯୋଗୁଁ ଉଭୟ ରାଉରକେଲା ଏବଂ ରଘୁନାଥ ପାଲୀ ନିର୍ବାଚନ ମଣ୍ଡଳୀର ବହୁ ଅନୁଗତ ଦ୍ୱିଧାରେ ରହିଛନ୍ତି । କେବଳ ସେତିକି ନୁହେଁ ଜିଲ୍ଲାର ଅନ୍ୟାନ୍ୟ ପ୍ରାନ୍ତରେ ମଧ୍ୟ କିଛି ଲୋକ ସମ୍ପୂର୍ଣ୍ଣ ନୀରବ ରହିଛନ୍ତି । ପୁଣି ସେମାନଙ୍କ ମଧ୍ୟରୁ ଅନେକ ମାତ୍ରାଧିକ ବିଳମ୍ବ ଯୋଗୁଁ ଅସନ୍ତୋଷ ବ୍ୟକ୍ତ କରି ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ‘ଇସାରା’ ଅନୁଗତଙ୍କ ଭବିଷ୍ୟତ ରାଜନୈତିକ ପଦକ୍ଷେପ ସକାଶେ ମାଗଦର୍ଶକ ସାଜିପାରେ । ତେବେ ଦିଲୀପଙ୍କ ଇସାରା ପରେ କିଛି ଅନୁଗତ ନିଜସ୍ୱ ନିଷ୍ପତି ନେଇ ଦିଲୀପଙ୍କ ନିଷ୍ପତିଙ୍କୁ ଗ୍ରହଣ କରିବା କିମ୍ବା ନକରିବା ଭଳି ସ୍ଥିତି ଯେ ନଆସିବ ସେ ନେଇ ମଧ୍ୟ କିଛି ବେଳହୁଁ କୁହାଯାଇନପାରେ । ଦିଲୀପଙ୍କ ସହ ଆଜି ହେଉବା ଅତୀତରେ ପ୍ରାୟ ସମସ୍ତ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ସମ୍ପର୍କ ମଧୁର ରହି ଆସିଛି । ଶେଷରେ ଦିଲୀପଙ୍କ ପାଇଁ କୌଣସି ପ୍ରାର୍ଥୀ ବ୍ୟକ୍ତଗତ ଭାବେ ଗ୍ରହଣୀୟ ହେବା ସ୍ଥିତିରେ ନାହାନ୍ତି । ହେଲେ ରାଜନୀତିରେ କେହି କାହାର ସ୍ଥାୟୀ ଶତ୍ରୃ ବା ମିତ୍ର ରହୁନଥିବାରୁ ରାଜନୈତି ବାଧ୍ୟବାଧକତା ଆଧାରରେ ଦିଲୀପ କିଛି ନିଷ୍ପତି ନେଇ ପାରନ୍ତି! ଗତଥର ପ୍ରତ୍ୟକ୍ଷ ଭାବେ ସେ ନିର୍ବାଚନ ଲଢ଼ି ସାରଦାଙ୍କୁ ହରାଇବା ପରଠୁଁ ତାଙ୍କ ଅନୁଗଦତଙ୍କ ସମ୍ପର୍କ ସାରଦାଙ୍କ ସହିତ ଅନୁକୂଳ ରହିନାହିଁ । ସେହିପରି ଦୀର୍ଘ ୨୦ବର୍ଷର ସମ୍ପର୍କ ଭିିତିରେ ନିହାର ରାୟଙ୍କୁ ବହୁ ସୁଯୋଗ ଦେଇଥିବା ସତ୍ୱେ ଦିଲୀପଙ୍କ ସହିତ ନିହାରଙ୍କ ସଂପର୍କରେ ବ୍ୟବଧାନ ବଢ଼ିବା ପରେ ନିହାର ନିଜ ଦକ୍ଷତା ଯୋଗୁଁ ଦିଲୀପଙ୍କ ପ୍ରୋତ୍ସାହନ ପାଇଥିବା କହିଆସୁଛନ୍ତି । ପୁଣି ସେ ଦିଲୀପଙ୍କ ସହିତ ଥିବା ବେଳେ ସମର୍ପିତ ଭାବେ କାମ କରି ଆସୁଥିଲେ ବୋଲି କହି ବୁଲୁଛନ୍ତି ନିହାର । ଦିଲୀପ କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ବେଳେ ଏକ ସଙ୍ଗେ ଆସି ନଥିବା ନିହାର କିଛି ମାସ ପରେ କଂଗ୍ରେସରୁ ବିଜେପିକୁ ଆସିଥିଲେ । ଏବେ ମଧ୍ୟ ଦିଲୀପ ବିଜେପି ଛାଡିବା ପ୍ରାୟ ୪ମାସ ବିତିବା ସତ୍ୱେ ନିହାର ବିଜେପି ଛାଡି ନାହାନ୍ତି । ବରଂ ଟିକେଟ ନେି ଲଢ଼ୁଛନ୍ତି । ତେବେ ନିକଟ ଅତୀତରେ ନିହାରଙ୍କ ଏମ ବିବାଦୀୟ ଅଡିଓ ଟେପ ଯୋଗୁଁ ନିହାରଙ୍କ ସହିତ ତାଙ୍କ ସଂପର୍କ ତିକ୍ତ ହୋଇଥିବା କାହାକୁ ଅଛପା ନୁହେଁ । ସାରଦାଙ୍କ ସହିତ ଦିଲୀପଙ୍କ ସଂପର୍କ ବେଶୀ ପୁରୁଣା ରହିନଥିବା ରାଜନୈତିକ ଇତିହାସ କହୁଛି । ୨୦୦୪ ମସିହାରେ ସାରଦା କଂଗ୍ରେସ ଟିକେଟ ସକାଶେ ଦିଲୀପଙ୍କ ଶରଣାପନ୍ନ ହୋଇ ତାଙ୍କ ଗାଡିରେ ବସି ବୁଲୁଥିବା ବେଳେ ବିଜେଡିରୁ ଅଫର ପାଇ ସେ କଂଗ୍ରେସ ଛାଡି ବିଜେଡିକୁ ଆସିଥିଲେ । ଆନୁଗତ୍ୟ ଓ ପୁରୁଣା ସଂପର୍କ ଓ ଦକ୍ଷତା ଭିତିରେ ନିହାର ପାଇଥିଲେ ୨୦୧୪ ଟିକେଟ । କଂଗ୍ରେସ ପ୍ରାର୍ଥୀ ବିରେନ ସେନାପତିଙ୍କ ସିହିତ ମଧ୍ୟ ଦିଲୀପଙ୍କ ସଂପର୍କ ସେମିତି କିଛି ନଥିବା ଓ ଦିଲୀପ କଂଗ୍ରେସ ଅବଧି କାଳରେ ସଂପର୍କ ସାଧାରଣ ସଂପର୍କ ମଧ୍ୟରେ ସୀମିତ ଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମାନେ କହୁଛନ୍ତି । ଏହି ପରିପ୍ରେକ୍ଷୀରେ ଦିଲୀପ ଆଜି ଆସବା ପରେ କାହାକୁ ସମର୍ଥନ ସକାଶେ ଇସାରା ଦେବେ? ସେ ଅନୁଗତଙ୍କୁ ନିଜସ୍ୱ ବିବେକାନୁମୋଦିତ ନିଷ୍ପତି ପାଇଁ ସେମାନଙ୍କ ଉପରେ ଛାଡି ଦେବ କି? ଅନୁଗତଙ୍କ ମତାମତ ଆଧାରରେ ନିଷ୍ପତି ନେବେ କି? ଏହିଭଳି ଅନେକ ପ୍ରଶ୍ନ ଉଙ୍କିମାରୁଛି ।
ନବୀନ ନିବାସକୁ ଦିଲୀପ ଗତ କିଛି ଦିନ ତଳେ ପ୍ରାୟ ୧୫ ମିନିଟ ପାଇଁ ଯିବା ପ୍ରସଙ୍ଗରେ ଯଦି କିଛି ଗୁରୁତ୍ୱ ରହିଥାଏ, ତେବେ ସେ ହୁଏତ ବିଜେଡି ଆଡକୁ ଢ଼ଳି ପାରନ୍ତି ବୋଲି ଅନୁମାନ କରାଯାଉଛି ।