ବିପଦରେ ଭାରତର ଏହି ୫ଟି ସହର

ବିପଦରେ ଭାରତର ଏହି ୫ଟି ସହର

ବିପଦରେ ଭାରତର ଏହି ୫ଟି ସହର
ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ଟପିଛି । ଦିନକୁ ଦିନ ମାମଲା ବଢ଼ି ଚାଲିଥିବା ବେଳେ ସରକାର ଏବେ ରୋଗ ନିୟନ୍ତ୍ରଣ ଉପରେ ଏବଂ ସର୍ବାଧିକ ସଂକ୍ରମଣ ମାମଲା ରହୁଥିବା ସ୍ଥାନ ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦେଶରେ ଏବେ ୧୫ଟି ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ରହୁଛି । ମୋଟ ମାମଲାର କେବଳ ୬୪ ପ୍ରତିଶତ ୧୫ ଟି ଜିଲ୍ଲାରୁ ରେକର୍ଡ କରାଯାଇଥିବା ବେଳେ ୫ଟି ସହରର ମୋଟ ମାମଲାର ୫୦ ପ୍ରତିଶତ ରେକର୍ଡ କରାଯାଇଛି । ଏହି ୫ଟି ସହର ହେଉଛି ଦିଲ୍ଲୀ, ପୁନେ, ମୁମ୍ବାଇ, ଅହମ୍ମଦାବାଦ ଓ ଚେନ୍ନାଇ । ୫ଟି ସହର ଏବେ ଭାରତ ପାଇଁ ବଡ଼ ବିପଦ ହୋଇଛି । ଏକ ଆକଳନ ଅନୁଯାୟୀ ମୁମ୍ବାଇରୁ ଦେଶରେ ମୋଟ ମାମଲାର ୧୭ ପ୍ରତିଶତ, ଦିଲ୍ଲୀରୁ ୧୧.୩ ପ୍ରତିଶତ, ଅହମ୍ମଦାବାଦ ୯.୮ ପ୍ରତିଶତ, ଚେନ୍ନାଇ ୫ ପ୍ରତିଶତ ଏବଂ ପୁନେରୁ ସମଗ୍ର ମାମଲାର ୩.୪ ପ୍ରତିଶତ ରେକର୍ଡ କରାଯାଇଛି । ଉପରୋକ୍ତ ୫ଟି ସହରରେ ଆରୋଗ୍ୟ ହାର ସବୁଠାରୁ କମ ରହୁଛି । ଚେନ୍ନାଇରେ ଆରୋଗ୍ୟ ହାର ୧୨.୩ ପ୍ରତିଶତ ଥିବା ବେଳେ ମୁମ୍ବାଇରେ ୧୫.୭ ପ୍ରତିଶତ ଏବଂ ଦିଲ୍ଲୀରେ ଆରୋଗ୍ୟ ହାର ୩୨.୩ ପ୍ର୍‍ତିଶତ ରହିଛି । ଅହମ୍ମଦାବାଦରେ ମୃତ୍ୟୁହାର ସର୍ବାଧିକ ୬.୪ ପ୍ରତିଶତ ରହିଛି । ଦିଲ୍ଲୀରେ ମୃତ୍ୟୁହାର ୧.୧ ପ୍ରତିଶତ ରହିଛି । ତେବେ ଉକ୍ତ ୫ଟି ସହରର ମାମଲା ଦ୍ୱିଗୁଣା ହେବା ଜାତୀୟ ହାରାହାରି ଠାରୁ ଅତି ସାଂଘାତିକ ରହିଛି । ଚେନ୍ନାଇରେ ମାମଲା ଦ୍ୱିଗୁଣା ହେବା ହାର ୩ ଥିବା ବେଳେ ଦିଲ୍ଲୀରେ ୩.୬, ପୁନେରେ ୪.୭, ମୁମ୍ବାଇ ୬.୪ ଏବଂ ଅହମ୍ମଦାବାଦରେ ୬.୧ ରହିଛି । ତେବେ ମହାରାଷ୍ଟ୍ରରେ ମୋଟ ମାମଲାର ୬୧.୩ ପ୍ରତିଶତ କେବଳ ମୁମ୍ବାଇରୁ ରେକର୍ଡ କରାଯାଇଥିବା ଗୁଜୁରାଟର ମୋଟ ମାମଲାର ୭୧.୫ ପ୍ରତିଶତ ଅହମ୍ମଦାବାଦରୁ ରେକର୍ଡ କରାଯାଇଛି । ସେହିପରି ତାମିଲନାଡୁରେ ମୋଟ ମାମଲାର ୫୦ ପ୍ରତିଶତ ଚେନ୍ନାଇରୁ ରେକର୍ଡ କରାଯାଇଛ ।