ଅନ୍ଧପୁଟୁଳିରେ ପ୍ରତିମା ଗଢ଼ନ୍ତି ରମା

ଅନ୍ଧପୁଟୁଳିରେ ପ୍ରତିମା ଗଢ଼ନ୍ତି ରମା

ଅନ୍ଧପୁଟୁଳିରେ ପ୍ରତିମା ଗଢ଼ନ୍ତି ରମା
ଥରକର ପ୍ରୟାସ ନୁହେଁ, ଦୀର୍ଘ ୨୦ ବର୍ଷ ଧରି ସେ ଏପରି ଅଦ୍ଭୁତ କାର୍ଯ୍ୟ କରି ଆସୁଛନ୍ତି । ମୁମ୍ବାଇର ରମା ଶାହ ଏପରି ଅଭ୍ୟାସ କରି ତିନି ଲକ୍ଷରୁ ଅଧିକ ଗଣେଶ ପ୍ରତିମା ନିର୍ମାଣ କରିସାରିଲେଣି । ତାଙ୍କର ଏହି ପ୍ର୍ତିଭା ଯୋଗୁ ଗିନିଜ ବୁକ ସହିତ ଲିମକା ବୁକ ଅଫ ରେକର୍ଡସର ମଧ୍ୟ ରମାଙ୍କ ନାଁ ରହି ଆସିଛି । ମାତ୍ର ୩ ମିନିଟରେ ଗଣେଶଙ୍କର ସବୁଠାରୁ ଛୋଟ ମୂର୍ତ୍ତି ନିର୍ମାଣ କରି ଗିନିଜ ବୁକରେ ସ୍ଥାନ ପାଇଥିଲେ ରମା । ୯୯ ଦିନରେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଗଣେଶଙ୍କର ରେକର୍ଡ ସଂଖ୍ୟକ ୯୯୯୯ ପ୍ରତିମା ତିଆରି କରି ସେ ଆମେରିକାର ଲୋକପି୍ରୟ ଶୋ ‘ରିପ୍ଲେ ବିଲିଭ ଲଟ ଅର ନଟ୍’ରେ ମଧ୍ୟ ଆସିଥିଲେ । ନିଜ ହାତ ତିଆରି ୧୮ ହଜାରରୁ ଅଧିକ ପ୍ରକାର ଗଣେଶ ପ୍ରତିମା ଏକାଠି ପ୍ରଦର୍ଶନ କରି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡକୁ ଆସିଥିଲେ ରମା । ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ରମା ବିଶ୍ୱାସ କରନ୍ତି ଯେ ଈଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ କିଛି ନା କିଛି ବିଶେଷ କଳା ଦେଇ ପୃଥିବୀର ଭଲ କାମ କରିବାକୁ ପଠାଇଛନ୍ତି । ୨୦୦୪ରେ ଗଢ଼ିଥିଲେ ତାହାତକ୍ରାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଉପହାର ଦେଇଥିଲେ । ରମାଙ୍କୁ ଏହି କାର୍ଯ୍ୟରେ ତାଙ୍କ ସ୍ୱାମୀ ଏବଂ ତିନି ପିଲା ସହଯୋଗ କରୁଥିବା ବେଳେ ନିଜର ବଳକା ସମୟରେ ସେ ଅନ୍ୟ ପିଲାମାନଙ୍କୁ ଆର୍ଟ ଆଣ୍ଡ କ୍ରାଫ୍ଟ ପ୍ରଣିକ୍ଷଣ ଦେଇଛନ୍ତି ।