ପିଓକେରେ ୫୦୦ ଆତଙ୍କବାଦୀ ସକି୍ରୟ

ପିଓକେରେ ୫୦୦ ଆତଙ୍କବାଦୀ ସକି୍ରୟ

ପିଓକେରେ ୫୦୦ ଆତଙ୍କବାଦୀ ସକି୍ରୟ
ଶ୍ରୀନଗର: ଜାମ୍ମୁ-କଶ୍ମୀରରେ ଏବେ ୨୦୦ ରୁ ୩୦୦ ଆତଙ୍କବାଦୀ ସକି୍ରୟ ରହିଛନ୍ତି । ଏହା ସହିତ ୫୦୦ ଆତଙ୍କବାଦୀ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ରେ ପ୍ରଶିକ୍ଷଣ ନେଉଛନ୍ତି ବୋଲି ସେନାର ନଦର୍ଣ୍ଣ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ ଶୁକ୍ରବାର ସୂଚନା ଦେଇଚନ୍ତି । ଜାମ୍ମୁର ଡୋଡା ଜିଲ୍ଲାରେ ବାର୍ଷିକ ସଙ୍ଗମ ଉତ୍ସବର ଉଦ୍ଘାଟନ ଅବସରରେ ଲେଫ୍ଟନାଣ୍ଟ ଜେନେରାଲ ସିଂହ କହିଛନ୍ତି ଯେ ପାକିସ୍ତାନ ସରକାର ପିଓକେରେ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିର ପରିଚାଳନା କରିବା ସହିତ ସେମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି । ସୂଚନା ଅନୁଯାୟୀ ପିଓକେର ବିଭିନ୍ନ ଶିବିରରେ ପ୍ରାୟ ୫୦୦ ଆତଙ୍କବାଦୀ ପ୍ରଶିକ୍ଷଣ ନେଉଛନ୍ତି । ସେହିପରି କାଶ୍ମୀର ଉପତ୍ୟକାରେ ୨୦୦ ରୁ ୩୦୦ ଆତଙ୍କବାଦୀ ସକି୍ରୟ ରହିଛନ୍ତି । ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ନିୟନ୍ତ୍ରଣ ରେଖା ଓ ଆନ୍ତର୍ଜାତିକ ସୀମାରେ ସେନା କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି । ଏହା ପୂର୍ବରୁ ଜମ୍ମୁ କଶ୍ମୀର ଡିଜିପି ଦିଲବାର ସିଂହ ମଧ୍ୟ କହିଥିଲେ ଯେ କାଶ୍ମୀରରେ ୨୦୦ ରୁ ୩୦୦ ଆତଙ୍କବାଦୀ ସକି୍ରୟ ଅଛନ୍ତି ।